Masthead

ଟିଏମସି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଲେ ବାବୁଲ ସୁପ୍ରିୟୋ

କୋଲକାତା(ବଡ଼ ଖବର ବ୍ୟୁରୋ): ଟିଏମସିର ଷ୍ଟାର ତାଲିକାରୁ ବାଦ ପଡ଼ିଲେ ବାବୁଲ ସୁପ୍ରିୟୋ । ୩୦ ଅକ୍ଟୋବରରେ ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ବିଭିନ୍ନ ଦଳ ପ୍ରସ୍ତୁତ କରୁଛନ୍ତି ସେମାନଙ୍କ ରଣନୀତି । ଏଥିପାଇଁ ଦଳର ପ୍ରଚାରକ, ଷ୍ଟାର ପ୍ରଚାରକଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଭଣଜା ସାଂସଦ ଅଭିଜିତ ବାନାର୍ଜୀଙ୍କୁ ଷ୍ଟାର ପ୍ରଚାରକ ଭାବେ ସାମିଲ କରାଯାଇଛି ।

ତେବେ ଅଭିନେତାରୁ ସାଂସଦ ହୋଇଥିବା ଟିଏମସି ନେତା ବାବୁଲ ସୁପ୍ରିୟୋଙ୍କୁ ଏହି ତାଲିକାରୁ ବାଦ ଦେଇଛି ଦଳ । ବାବୁଲ କିଛିଦିନ ତଳେ ବିଜେପି ଛାଡ଼ି ଟିଏମସିରେ ମିଶିଥିଲେ । ବିଭିନ୍ନ କଳାକାର ମାନଙ୍କୁ ଟିଏମସି ତରଫରୁ ଷ୍ଟାରପ୍ରଚାରକ ଭାବେ ସାମିଲ କରାଯାଇଥିଲେ ମଧ୍ୟ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି ବାବୁଲ । ବିଜେପିରେ ଥିବା ସମୟରେ ତାଙ୍କ ନାଁ ଷ୍ଟାର ପ୍ରଚାରକ ଭାବେ ରହିଥିବା ବେଳେ ଏବେ ଟିଏମସିରେ ତାଙ୍କ ନାଁ ଷ୍ଟାରପ୍ରଚାରକ ତାଲିକାରୁ ବାଦ ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି