ଆସିଷ୍ଟାଣ୍ଟ ମହିଳା କଲେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ

କୋଇଡା (ବଡ଼ ଖବର ବ୍ୟୁରୋ):ରାଉରକେଲା ADM ଅଫିସରେ କାର୍ୟ୍ୟରତ ମହିଳା ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସନ୍ଧେହଜନକ ମୃତ୍ୟୁ ଘଟିଛି । ଗତ ଶନିବାର ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସସ୍ମିତା ମିଞ୍ଜ ନିଜ ଗାଁ ରାଜଗାଙ୍ଗପୂର୍ ରାମାବାହାଲରୁ ଅଫିସ ଯାଇଥିଲେ । ହେଲେ ଘରକୁ ଫେରି ନଥିଲେ । ପରିବାର ଲୋକେ ଫୋନ୍ କରିବାରୁ ଫୋନ୍ ମଧ୍ୟ ଉଠାଇ ନଥିଲେ। ପରେ ତାଙ୍କ ଫୋନ୍ ରୁ ମେସେଜ କରିଥିଲେ ଯେ ଘରକୁ ଯିବି ନାହିଁ ।

କାର୍ଯ୍ୟ ବ୍ୟସ୍ତତାରେ ଅଛି , ତାପରଦିନ ପରିବାର ଲୋକେ ଉଦିତ ନଗର ଥାନାରେ ନିଖୋଜ ରିପୋର୍ଟ କରିଥିଲେ । ପରେ ଗତ ମଙ୍ଗଳବାର ରାତିରେ ସେନ୍ସରି ପାର୍କରୁ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଯେ ହତ୍ୟା କରାଯାଇଛି । ହତ୍ୟା ପଛରେ ସହକର୍ମୀ, ଅଧିକାରୀଙ୍କ ସଂପୃକ୍ତି ରହିଛି । ପରିବାର ଲୋକେ ପ୍ଲାଣ୍ଟ ସାଇଟ୍ ଥାନାରେ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ