Masthead

ପ୍ରକାଶ ରାଜଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାଉଥ ଏବଂ ବଲିଉଡରେ ଦମଦାର ଅଭିନୟ ପାଇଁ ବେଶ ଜଣାଶୁଣା ପ୍ରକାଶ ରାଜ । ନିଜର ଖୋଲାଖୋଲି ମତାମତ ଯୋଗୁଁ ସେ ଲାଇମଲାଇଟରେ ରୁହନ୍ତି । ଯାହା ଦ୍ୱାରା ତାଙ୍କୁ ଅନେକ ଥର ଟ୍ରୋଲ ମଧ୍ୟ କରାଯାଇଛି । ନିକଟରେ ସେ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟ ତାଙ୍କୁ ଭାରି ପଡିଛି । ଫଳସ୍ୱରୁପ ତାଙ୍କୁ ମୃତୁ୍ୟ ଧମକ ମିଳିଛି ।

ତାଙ୍କ ପରିବାରର ସୁରକ୍ଷା ପ୍ରତି ବିପଦ ବୋଲି କହି ବେଙ୍ଗାଲୁର ପୋଲିସ ନିକଟରେ ସେ ଅଭିଯୋଗ କରିଛନ୍ତି । ପ୍ରକାଶ କହିଛନ୍ତି ଯେ ଏକ ୟୁଟୁଭ ଚ୍ୟାନେଲରେ ଏକ ଭିଡ଼ିଓ ଅପଲୋଡ଼ ହୋଇଛି ଯେଉଁଥିରେ କି ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏକ ଖରାପ ଭାବମୂର୍ତ୍ତିରେ ଦର୍ଶାଯାଇଛି । ଏହା ସହ ଭିଡିଓ ଟିରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ମାରିଦେବାର ଧମକ ଦିଆଯାଇଛି । ଉକ୍ତ ୟୁଟୁଭ ଚ୍ୟାନେଲ ନାଁରେ ସେ ପୋଲିସରେ ଅଭିଯୋଗ କରିଛନ୍ତି । ବିକ୍ରମ ଟିଭିର ୟୁଟୁଭ ଚ୍ୟାନେଲ ଉପରେ ଅଭିଯୋଗ ଆଣିଛନ୍ତି ପ୍ରକାଶ ।

ଯେଉଁ ଭିଡିଓ ଟିରେ କୁହାଯାଇଛି ‘ଷ୍ଟାଲିନ ଏବଂ ପ୍ରକାଶ ରାଜଙ୍କୁ ଜିବନରୁ ମାରିଦେବା ଉଚିତ’ । ଏହାକୁ ଭିତ୍ତିକରି ପୋଲିସ ସେ କହିଥିବା ୟୁଟୁଭ ଚ୍ୟାନେଲ ନାଁରେ ମାମଲା ରୁଜ୍ଜୁ କରିଛି । ସନାତନ ଧର୍ମ ଉପରେ ସେ କହିଥିଲେ ‘ ସନାତନ ଏକ ପ୍ରକାର ଡ଼େଙ୍ଗୁ ବିମାରି ଅଟେ, ଯାହାକୁ ସଫା କରିବା ଅତ୍ୟନ୍ତ ଆବଶ୍ୟକ ।ଯେଉଁ ବ୍ୟକ୍ତି ସନାତନ ଧର୍ମ ଏବଂ ହିନ୍ଦୁ ଧର୍ମ ଉପରେ ଆସି ଟିପ୍ପଣି ଦେଉଛନ୍ତି ସେମାନେ ହିନ୍ଦୁ ଧର୍ମର ବାସ୍ତବିକ ପ୍ରତିନିଧି ନୁହଁନ୍ତି । ସେମାନେ କେବଳ ରାଜନୈତିକ ଉଦେ୍ଦଶ୍ୟ ପାଇଁ ଏହାକୁ ପ୍ରୟୋଗ କରୁଛନ୍ତି ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା