Masthead

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି ପାଇଁ ଅନିର୍ଦ୍ଦଷ୍ଟ ସମୟ ପର୍ଯ୍ୟନ୍ତ ଚାଲିଲା ଆମରଣ ଅନଶନ

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ସାମାଜିକ ସଂଗଠନ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ୟ୍ୟନ୍ତ ଆମରଣ ଅନଶନ ରେ ବସିବାକୁ ନେଇ ଜନସାଧାରଣ ରେ ଚର୍ଚ୍ଚା ବେସ୍ ଯୋର୍ ଧରିଛି। ତେବେ ସୂଚନାରୁ ପ୍ରକାଶ ବିଧାୟକ ଓ ସାଂସଦ ଯେଉଁ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ସମାଧାନ କରିବାକୁ ଥିବାବେଳେ ସେମାନେ ପାଲଟିଛନ୍ତି ନିଦାବିଷ୍ଣୁ । ତେବେ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ସମାଧାନ ପାଇଁ ଆଜିଠାରୁ ଆମରଣ ଅନଶନରେ ବସିଲେ ସ୍ଵାଭିମାନୀ ବାଲିଆପାଳିଆ ମଞ୍ଚ ର ସଦସ୍ୟ ମାନେ।

 

ଚାରିଦଫା ନେଇ ମଞ୍ଚ ପକ୍ଷରୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଧାରଣାରେ ବସିଛନ୍ତି। ସ୍ଵାଭିମାନୀ ବାଲିଆପାଳିଆ ମଞ୍ଚ ପକ୍ଷରୁ ବାରମ୍ବାର ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କଠାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମସ୍ୟା ପୂରଣ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରସାଶନ କର୍ଣ୍ଣପାତ ନକରିବାରୁ ଆଜିଠାରୁ ଆମରଣ ଅନଶନରେ ବସିବାକୁ ବାଧ୍ୟହୋଇଛନ୍ତି। ତେବେ ଯେତେଦିନ ପର୍ୟ୍ୟନ୍ତ ଚାରୋଟି ଦାବି ପୂରଣ ନହୋଇଛି ସେତେଦିନ ପର୍ୟ୍ୟନ୍ତ ନଖାଇ ନପିଇ ମରଣ ପର୍ୟ୍ୟନ୍ତ ଅନଶନରେ ବସିବାର କହିଛନ୍ତି ମଞ୍ଚ ଆବାହକ ସତ୍ୟକାମ୍ ମହାନ୍ତି। ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ମଞ୍ଚର ଦାବି ଗୁଡିକ ପୂରଣ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା