ସ୍କୁଲ ଫି ଭରିବା ପାଇଁ ବସ୍ ଆଗକୁ ଡ଼େଇଁଲା ମାଆ

ତାମିଲନାଡ଼ୁ  (ବଡ଼ ଖବର ବ୍ୟୁରୋ): ସେ ମାଆ । ମମତାମୟୀ, କରୁଣମୟୀ , ଦୟାଳୁ ସ୍ନେହର ପ୍ରତୀକ । ମାଆ ମମତାର କୌଣସି ସୀମା ନାହିଁ । ମାଆ ତା ଛୁଆ ପାଇଁ ହୋଇପାରେ ଦେବୀ ତ ବିପଦରୁ ଉଦ୍ଧାରିବା ପାଇଁ ସାଜିପାରେ ଦୁର୍ଗା । ହେଲେ ସେହି ମାଆ ନିଜ ଛୁଆ ପାଇଁ କିଛି ବି କରିପାରେ । ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ତାମିଲନାଡ଼ୁରୁ । ଏ ଦୃଶ୍ୟ ଦେଖିଲା ପରେ ଆଖିରେ ଲୁହ ରହିବ ନାହିଁ । ଘଟଣା ଥିଲା କିଛି ଏମିତି । ଦୁର୍ଘଟଣାରେ ମଲେ କ୍ଷତିପୂରଣ ମିଳିବ । ଏମିତି କିଏ ଜଣେ କହିଥିଲା ।

ତେଣୁ ପୁଅର ସ୍କୁଲ ଫିସ୍‌ ଭରିବାକୁ ବସ୍ ଆଗକୁ ଡେଇଁପଡିଛନ୍ତି ଜଣେ ମହିଳା । ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି । କଥାରେ ଅଛି, ମା’ର ମମତା ଆଗରେ କୌଣସି ଶକ୍ତି କାମ କରେନି । ଛୁଆର ଖୁସି ପାଇଁ ସେ ସବୁ କିଛି କରିପାରେ । ଏମିତିକି ନିଜ ଜୀବନ ଦବାକୁ ବି ପଛାଏ ନାହିଁ । ସେଥିପାଇଁ ବୋଧେ ପୁଅ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଛନ୍ତି ମହିଳା ଜଣଙ୍କ । ତାମିଲନାଡୁର ସେଲମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଫେଇ କର୍ମଚାରୀର ଭାବେ କରୁଥିଲେ ଏହି ମହିଳା । ବୟସ ପାଖାପାଖି ୪୫ ହେବ । ନିଜ ପୁଅର କଲେଜ ଫିସ ଭରି ପାରୁନଥିଲେ ।

ତେଣୁ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ସରକାର ସହାୟତା ରାଶି ମିଳେ ବୋଲି କେଉଁଠୁ ଶୁଣିଥିଲେ । ନିଜ ପିଲାର ପଢା ବନ୍ଦ ନ ହେବା ପାଇଁ ମା’ ଜଣଙ୍କ ବସ୍ ଆଗକୁ ଡେଇଁ ପଡ଼ିଥିଲେ । ଏହି ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ମହିଳା ଜଣକ ବସ୍‌ ଆଗକୁ ଡେଇଁପଡିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣକ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ୧୫ ବର୍ଷ ହେଲା ପୁଅକୁ ଧରି ଏକୁଟିଆ ରହୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ