Masthead

ଫାଙ୍କା ଫାୟାରିଂ, ଲୋକେ ଭୟଭିତ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଦେଶୀ ବନ୍ଧୁକରେ ଫାଙ୍କା ଫାୟାରିଂ କରି ଜଣେ ଗିରଫ । ଭଦ୍ରକ ଜିଲ୍ଲା ପୁରୁଣାବଜ଼ାର ଥାନା ମୀରାମହଲା କାରୁଆ ସାହିରେ ମଙ୍ଗଳବାର ଫାଙ୍କା ଗୁଳି ଚାଳନା ହୋଇଛି । ଗୁଳି ଶବ୍ଦ ଶୁଣି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଖବର ପାଇ ପୋଲିସ ପହଞ୍ଚି ଯୁବକଙ୍କୁ ଗିରଫ କରିଛି । ଯୁବକଙ୍କ ଘର ବାସୁଦେବପୁର ଥାନା ଶବରପୁର ଅଂଚଳରେ । ସେ ତାଙ୍କ ମାମୁଁ ଘରେ ରହୁଥିଲେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ସନ୍ଧ୍ୟାରେ ସେ ବାଇକରେ ଦ୍ରୁତ ଗତିରେ ଆସି ଏଠାରେ ପହଞ୍ଚିବା ପରେ ଏକ ଦେଶୀ ବନ୍ଧୁକରୁ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିଲା । ସନ୍ଧାନି କୁକୁର ଓ ବମ୍ ସ୍କ୍ୱାଡ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ସିଟି ଡ଼ିଏସପି ଅଂଶୁମାନ ଦ୍ୱିବେଦି, ପୁରୁଣାବଜ଼ାର ଥାନା ଅଧିକାରୀ କରୁଣାକର ରାଉତ ଉକ୍ତ ଯୁବକକୁ ପଚାରୁଚୁରା କରିବା ସହ ତଦନ୍ତ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ