Masthead

ଚୁଟି ବେପାରରେ ଫସିଲେ ପିଏଚ୍‌ଡି ଛାତ୍ର, ମିଆମାରରୁ ଅପହରଣ ଓଡିଶାରୁ ଉଦ୍ଧାର

ବାଲେଶ୍ୱର(ବଡ଼ କବର ବ୍ୟୁରୋ): ଆନ୍ତର୍ଜାତିକ ଚୁଟି ବେପାରକୁ କେନ୍ଦ୍ର କରି ଅପହରଣ ହୋଇଥିଲେ ମିଆମାରର ଜଣେ ଛାତ୍ର । ମିଆମାରରୁ ଅପହରଣ ହେବା ପରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ତାଳସାରୀ ବେଳାଭୂମିରୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗ ଓ ଓଡିଶା ପୋଲିସର ସହଯୋଗରେ ଏହି ଉଦ୍ଧାର କାର୍ଯ୍ୟ ସଫଳହୋଇପାରିଛି । ଅପହୃତ ଛାତ୍ର ଜଣଙ୍କ ପଶ୍ଚିମବଙ୍ଗ ବୀରଭୂମି ବିଶ୍ୱ ଭାରତୀ ବିଶ୍ୱ ବିଦ୍ୟାଳୟର ପିଏଚଡି ଛାତ୍ର ପାନ୍ନାକାର(୩୧) । ୫୧ ଲକ୍ଷ ଟଙ୍କା ପାଇଁ ତାଙ୍କୁ ଅପହରଣ କରାଯାଇଥିଲା । ଉଦ୍ଧାର ପରେ ବାଲେଶ୍ୱର ପୋଲିିସକୁ ଧନ୍ୟବାଦ ଜଣାଇଛନ୍ତି ମେଦିନୀପୁର ପୋଲିସ ।

ଘଟଣାରୁ ପ୍ରକାଶ ଯେ ମିଆମାର ମାନ୍ଦାଲେ ରାଜ୍ୟ ନୋଜନ୍ନ ଜିଲ୍ଲା ମିଓଥା ଥାନା କିଅନଥା ଗ୍ରାମର ପାନ୍ନାକାରା ବିଶ୍ୱଭାରତୀ ବିଶ୍ୱ ବିଦ୍ୟାଳୟର ପିଏଚଡି ଛାତ୍ର । ୨ ମାସ ପୂର୍ବରୁ କୋଲକତାରେ କିଛି ଯୁବକଙ୍କ ସହ ସାକ୍ଷାତ ପରେ ଚୁଟି ବେପାରକୁ ନେଇ ଯୋଜନା କରିଥିଲେ । ପ୍ରଥମେ ପ୍ରାୟ ୬୦ ଲକ୍ଷ ଟଙ୍କାର ଚୁଟି ନେଇ ତାଙ୍କ ଦେଶକୁ ପଠାଇଥିଲେ । ପାନ୍ନାକାରା ସମସ୍ତ ଟଙ୍କା ସେମାନଙ୍କୁୁ ଦେଇଥିବା ପ୍ରକାଶ କରିଥିବାବେଳେ ଅପହରଣକାରୀମାନେ ମାତ୍ର ୯ ଲକ୍ଷ ପାଇଛନ୍ତି । ଅବଶିଷ୍ଟ ୫୧ ଲକ୍ଷ ପାଇଁ ଏଭଳି ଘଟଣା ଘଟାଇଥିବା କହିଛନ୍ତି । ଘଟଣାରୁ ପ୍ରକାଶ ଯେ ଚଳିତ ମାସ ୨୧ ତାରିଖରୁ ଅପହରଣାକରୀମାନେ ତାଙ୍କୁ ଉଠାଇନେଇଥିଲେ ।

ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ବୋଲପୁର ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ପରେ ମୋବାଇଲ ଟ୍ରାକିଂରୁ ବାଲେଶ୍ୱରରେ ଥିବା ଜାଣିପାରି ମେଦିନୀପୁର ଏସପି ବାଲେଶ୍ୱର ଏସପିଙ୍କୁ ଜଣାଇଥିଲେ । ପରେ ବାଲେଶ୍ୱର ଏସପିଙ୍କ ନିର୍ଦ୍ଦେଶ କ୍ରମେ ତାଳସାରୀ ସାମୁଦ୍ରିକ ଥାନାର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଶନିବାର ତାଳସାରୀ ବେଳାଭୂମି ନିକଟରୁ ପାନ୍ନାକାରାଙ୍କ ସହ ୫ ଜଣ ଅପହର୍ତ୍ତାଙ୍କୁ ତାଳସାରୀ ବେଳାଭୂମିରୁ କିରଫ କରାଯାଇଥିଲା । ତାଙ୍କ ନିକଟରୁ ୩୩ହଜାର୫ଶହ ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରାଯାଇଛି । ଅନ୍ୟ ୭ଜଣ ଏମାନଙ୍କୁ ଛାଡି ଫେରିଯାଇଥିବାବେଳେ ପଶ୍ଚମିବଙ୍ଗ କଣ୍ଟାଇ ନିକଟରେ ଧରାପଡିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍