Masthead

ପଡିଆରୁ ଜବତ ହେଲା ନରକଙ୍କାଳ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ହିଂଜିଲି କାଟୁ ଥାନା ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମ ନିକଟସ୍ଥ ଏକ ପଡ଼ିଆରୁ ନର କଙ୍କାଳ ଠାବ ହୋଇଛି। ତେବେ ନର କଙ୍କାଳଟି କୌଣସି ପୁରୁଷର ବୋଲି ଅନୁମାନ କରାଯାଉଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାସ୍ତବରେ ଏହି ନର କଙ୍କାଳଟି କାହାର ଓ କେତେ ଦିନ ଧରି ଏଠାରେ ପଡି ରହିଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ସ୍ଥାନିୟ ଅଞ୍ଚଳରେ ପଚରା ଉଚରା କରୁଛି ପୋଲିସ।

ସୁଚନା ମୁତାବକ ପଦ୍ମପୁର ଗ୍ରାମର ପ୍ରତାପ ଦାସ ନାମକ ଜଣେ ଯୁବକ କିଛି ଦିନ ହେଲା ନିଖୋଜ ଥିଲେ।ନିଜ ଶଶୁର ଘର ଡାୟାପଲ୍ଲୀ ଗ୍ରାମକୁ ଯାଇ ଆଉ ଘରକୁ ଫେରି ନଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହି କଙ୍କାଳ ମିଳିବା ପରେ ପ୍ରତାପ ଦାସଙ୍କ କଙ୍କାଳ ବୋଲି ଅନୁମାନ କରା ଯାଉଛି। ଯଦି କଙ୍କାଳଟି ପ୍ରତାପଙ୍କ ହୋଇଥାଏ ତେବେ ତାଙ୍କର କିଭଳି ମୃତ୍ୟୁ ଘଟିଲା କିଏ ହତ୍ୟା କରି ତାଙ୍କୁ ଏଠାରେ ଫୋପାଡି ଦେଇଛି ନା ମୃତ୍ୟୁ ପଛରେ କିଛି ଅନ୍ୟକାରଣ ରହିଛି ତାହାର ଅନୁସନ୍ଧାନ କରୁଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ