Before Header

ବିଜେପୁରରେ ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡତିୟାଙ୍କ ନାମାଙ୍କନ ପତ୍ର ଦାଖଲ ।

0 5

ବିଜେପୁର(ବଡ଼ ଖବର ବ୍ୟୁରୋ): ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିୟା ଆଜି ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ ଗୋଶାଳାରୁ ଏକ ବିରାଟ ପଟୁଆରରେ ଆଜି ସେ ସହର ପରିକ୍ରମା କରିବା ସହ ବରଗଡ଼ ଡି ଆର୍ ଡି ଏ କାର୍ୟ୍ୟାଳୟକୁ ପହଞ୍ଚିଥିଲେ । ଏଥିରେ ବିଜେପୁର ନିର୍ବାଚନ ମଣ୍ଡଳୀର ଶହ ଶହ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିବା ବେଳେ ଦୂଲ୍ ଦୁଲି ବାଜାର ତାଳେ ତାଳେ ନାଚି ନିଜ ପ୍ରାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ପରେ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ ଙ୍କ ପାଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ସହ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦିପ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.