Masthead

୪ଶହ ବର୍ଷ ପରେ ବଦଳିବ ଆଖଣ୍ଡଳମଣି ମନ୍ଦିର ରୂପରେଖ

ଆରଡ଼ି, (ବଡ଼ ଖବର ବ୍ୟୁରୋ): ଦୀର୍ଘ ୫୦ବର୍ଷର ଯୋଜନା ନେବାକୁ ଯାଉଛି ବାସ୍ତବ ରୂପ। ଭଦ୍ରକ ଆଖଣ୍ଡଳମଣିଙ୍କ ପୀଠରେ କାର୍ଯ୍ୟକାରୀ ହେବ ମାଷ୍ଟରପ୍ଲାନ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯାୟରେ ୬କୋଟି ଟଙ୍କା ମଞ୍ଜୁର କରାଯାଇଥିବା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ତଥା ଭଦ୍ରକ ଉପଜିଲ୍ଲାପାଳ କହିଛନ୍ତି। ବିଶେଷକରି ଆଖଣ୍ଡଳମଣିଙ୍କ ମନ୍ଦିର ଦୀର୍ଘ ୪ ଶହ ବର୍ଷ ହେବ ଜନବସତିକୁ ଲାଗି ରହିଥିବାରୁ ମହାଶିବରାତ୍ରୀ ଜାଗରଯାତ୍ରା ସମେତ ବିଭିନ୍ନ ପର୍ବପର୍ବାଣୀରେ ପୀଠକୁ ଆସୁଥିବା ଲକ୍ଷାଧିକ ଭକ୍ତ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏପରିକି ମନ୍ଦିର ବେଢ଼ାର ଚତୁଃପାଶ୍ୱର୍, ପୀଠର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୯୮୦ରୁ ବିଭିନ୍ନ ପ୍ରକଳ୍ପ ପାଇଁ ବ୍ଳୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅର୍ଥାଭାବରୁ ତାହା ଅଟକି ଯାଇଥିଲା।

ନିକଟରେ ମୁଖ୍ୟମନ୍ତ୍ରୀ ଆଖଣ୍ଡଳମଣି ମନ୍ଦିର ବେଢ଼ା ଚତୁଃପାଶ୍ୱର୍ ଓ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ୬କୋଟି ଟଙ୍କା ଘୋଷଣା କରିବା ପରେ ପ୍ରଶାସନ ପକ୍ଷରୁ ପୁନର୍ବାର କ୍ଷେତ୍ର ପରିଦର୍ଶନ କରାଯିବା ସହ ବିଭିନ୍ନ ଯୋଜନାରେ ହେବାକୁ ଥିବା ପ୍ରକଳ୍ପର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ଭଦ୍ରକ ଟାଉନପ୍ଲାନିଂ ଓ ରାଜ୍ୟ ଆର୍କିଟେକ୍ ପକ୍ଷରୁ ମନ୍ଦିର ଗର୍ଭଗୃହ ମରାମତି, ବେଢ଼ା ଚଟାଣ ଓ ପାଚେରି ସୌନ୍ଦର୍ଯ୍ୟକରଣ, ୪ଟି ମୁଖଚାଳି ଦ୍ୱାରର ପୁନରୁଦ୍ଧାର, ନୂତନ ଭାବେ ଶ୍ରାବଣୀ ମନ୍ଦିର ଓ ଯଜ୍ଞ ମଣ୍ଡପ ନିର୍ମାଣ, ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ, ଚନ୍ଦନ ମନ୍ଦିର ନିର୍ମାଣ, ଭକ୍ତଙ୍କ ଦର୍ଶନ ନିମନ୍ତେ ପାଦଚଲା ରାସ୍ତା ନିର୍ମାଣ, ଭକ୍ତମାନଙ୍କ ଉପାସନା ନିମନ୍ତେ ୩ ମହଲା ବିଶିଷ୍ଟ ଏକ ଅତ୍ୟାଧୁନିକ କୋଠା ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପର ଡିଜାଇନ ଓ ବ୍ଲୁପ୍ରିଣ୍ଟ କରାଯିବା ସହ ପାଖାପାଖି ୮୪କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏକ ଚିଠା ପ୍ରସ୍ତୁତ କରାଯିବା ପରେ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା।

ଏହି ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମେ ମନ୍ଦିର ପରିସରରେ ଥିବା ଭୋଗ ଦୋକାନ ସମେତ ୧୯ଟି ଦୋକାନର ଆଜି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ୩ଜଣ ମ୍ୟାଜିଷ୍ଟ୍ରେଟଙ୍କ ସହ ଏସଡିପିଓ, ଇନ୍ସପେକ୍ଟର ଓ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଭଦ୍ରକ ଜିଲ୍ଲାପାଳ କହିଛନ୍ତି। ପୂର୍ବରୁ ରାଜ୍ୟ ଦେବୋତ୍ତର ଓ ପ୍ରତ୍ନତତ୍ତ୍ୱ ବିଭାଗ ପ୍ରତିନିଧିମାନେ ମନ୍ଦିର ମଧ୍ୟରେ ହେବାକୁ ଥିବା ମରାମତି ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବା ପାଇଁ କ୍ଷେତ୍ର ପରିଦର୍ଶନ କରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିବା ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ