Masthead

ଏରସମାରେ ପାଳିତ ହେଲା “ମୋ ମାଟି, ମୋ ଦେଶ”କାର୍ଯ୍ୟକ୍ରମ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାରେ ସାରା ଦେଶରେ ବିଜେପି କରୁଛି “ମୋ ମାଟି, ମୋ ଦେଶ”କାର୍ଯ୍ୟକ୍ରମ। ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ଏରସମାର ପ୍ରସିଦ୍ଧ ସ୍ୱାଧିନତା ସଂଗ୍ରାମ ପୀଠ ବେଡିମଠରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏଥିରେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବିଜେପି ନେତା ତଥା ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ବିଜେପି ନେତା ସର୍ବଶ୍ରୀ ଶିବବ୍ରତ ଦାସ, ସଞ୍ଜୟ ମହାନ୍ତି, ଶଶିକାନ୍ତ ପରିଡା, ନୃସିଂହ ଚରଣ ସାହୁ, ନିର୍ଲ୍ଲୀପ୍ତ ଜେନା,  ମୋହିତ ମହାନ୍ତି, ଉମାକାନ୍ତ ପରିଡାଙ୍କ ସମେତ ବହୁ ବିଜେପି ନେତା ଓ ସଂଗଠକ ଯୋଗଦେଇଥିଲେ।

ବିଜେପି ଯୁବନେତା ନିରାକାର ସ୍ୱାଇଁଙ୍କ ନେତୃତ୍ୱରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଶତାଧିକ ଜନସମାଗମରେ ସ୍ୱାଧିନତା ସଂଗ୍ରାମର ପ୍ରସିଦ୍ଧ ଚଟୁଆ ବେଡିମଠରୁ ବୀରମାଟି ସଂଗ୍ରହ କରାଯିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ବିଜେପି ନେତା ଓ ଶତାଧିକ ସମର୍ଥକ ପ୍ରସିଦ୍ଧ ଗଡକୁଜଙ୍ଗ କୁଞ୍ଜବିହାରୀ ପୀଠ ଓ ନୂଆଗାଁ ମହାବୀରଙ୍କ ଦର୍ଶନ ସହ କଳସରେ ମାଟି ସଂଗ୍ରହ କରିଥିଲେ।ପରେ ପରେ ଢ଼ିଙ୍କିଆ ଚାରିଦେଶର ଗାଁ ଗାଁ ବୁଲି ପବିତ୍ର ମାଟି ସଂଗ୍ରହ କରାଯାଇଥିଲା।

ଏହି ମହାନ କାର୍ଯ୍ୟକ୍ରମ ଅବସରରେ ଢ଼ିଙ୍କିଆ ତ୍ରିଲୋଚନପୁରର ସମାଜସେବୀ ତଥା ବିଜେପି ସଂଗଠକ ସଞ୍ଜୟ ବେହେରାଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ। ମୋ ମାଟି ମୋ ଦେଶ ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ସହ ଦେଶାତ୍ମବୋଧକ ଭାବନା ଜାଗ୍ରତ କରିବ ବୋଲି ନେତାମାନେ ପ୍ରକାଶ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ