କେଜ୍ରିଓ୍ବାଲଙ୍କ ଗିରଫକୁ ବିରୋଧ କରି ଆପ୍‌ର ଗର୍ଜନ, ହୋଲି ବଦଳରେ ବିକ୍ଷୋଭ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ଅବକାରୀ ନୀତି ଘୋଟଲାରେ ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜ୍ରିଓ୍ବାଲ । ଏହାର ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ମଙ୍ଗଳବାର ମହାଗର୍ଜନ କରିବ । ଆପ୍ ନେତା ଓ କର୍ମୀ ହୋଲି ପାଳିବା ବଦଳରେ ବିକ୍ଷୋଭ କରିବେ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ନିବାସ ଘେରିବ ଆମ୍ ଆଦମୀ ପାର୍ଟି । ଏହାକୁ ଦୃଷ୍ଟି ରଖି ଦିଲ୍ଲୀ ପୋଲିସ ସତର୍କ ହେବା ସହିତ ଟ୍ରାଫିକ୍ ଆଡଭାଇଜରି ଜାରି କରିଛି। ଯେଉଁଥିରେ ମଙ୍ଗଳବାର ତୋଗଲକ୍ ରୋଡ୍, ସଫଦରଗଞ୍ଜ ରୋଡ୍ ଏବଂ କମାଲ ଅତାତୁର୍କ ମାର୍ଗରେ କୌଣସି ଯାନବାହନକୁ ପାର୍କିଂ ପାଇଁ ବାରଣ କରାଯାଇଛି ।

ଅନ୍ୟପଟେ ଦିଲ୍ଲୀ ପୋଲିସ ମୁତାବକ, ଆମ ଆଦମୀ ପାର୍ଟିକୁ କୌଣସି ପ୍ରକାର ପ୍ରତିବାଦ ପାଇଁ ଅନୁମତି ମିଳିନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମଦ ଦୁର୍ନୀତି ମାମଲାରେ ଇଡି ଗିରଫ କରିବା ପରେ ଆମ୍ ଆଦମୀ ପାର୍ଟି ବିକ୍ଷୋଭକୁ ଓହ୍ଲାଇ ଆସିଛି । କେଜ୍ରିଓ୍ବାଲଙ୍କୁ ଗିରଫଦାରୀ ପ୍ରତିବାଦରେ ସୋମବାର ଆମ ଆଦମୀ ପାର୍ଟି ସୋସିଆଲ୍ ମିଡିଆଲ ଏକ ଅଭିଯାନ ଆରମ୍ଭ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ