Before Header

କୋଣାର୍କ ପାଇଁ ସରକାରଙ୍କ ଦରଦ ନାହିଁ

0 22

କୋଣାର୍କ (ବଡ଼ ଖବର ବ୍ୟୁରୋ): ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥାନ ସାରା ବିଶ୍ଵରେ ସ୍ୱତନ୍ତ୍ର। ସୁନ୍ଦର ଓ ଉଚ୍ଚକୋଟିର କାରୁକାର୍ଯ୍ୟ ପାଇଁ ସବୁବେଳେ ବିଦେଶୀ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରୁଥିବା ସୂର୍ଯ୍ୟ ମନ୍ଦିର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚରମ ଅବହେଳାର ସମ୍ମୁଖୀନ ହେଉଛି। ପୂର୍ବରୁ ସପ୍ତଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଥିବା ଏହି ସୂର୍ଯ୍ୟ ମନ୍ଦିର ପରବର୍ତ୍ତୀ ସମୟରେ ସରକାରଙ୍କ ଏହି ଅବହେଳା ଯୋଗୁଁ ସେଥିରୁ ମଧ୍ୟ ବାଦ ପଡିଲା।

କେବଳ ଯେ ସରକାର ସୂର୍ଯ୍ୟ ମନ୍ଦିର ପାଇଁ ଅବହେଳା କରୁଛନ୍ତି ତା ନୁହେଁ କୋଣାର୍କ ପାଇଁ ମଧ୍ୟ ସରକାରଙ୍କ ମନରେ ଅବହେଳା ଦେଖାଦେଇଛି। ଦୀର୍ଘ ୨୧ ବର୍ଷର ଶାସନ ପରେ ବି କୋଣାର୍କ ଆଜିବି ଅଧା ଗଢ଼ା ମନ୍ଦିର ପରି ପଡି ରହିଛି। ଦୀର୍ଘ ବର୍ଷ ଧରି ଅନେକ ସମସ୍ୟା ମଧ୍ୟରେ ଗତି କରୁଛି କୋଣାର୍କ । ନା ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରୁଛନ୍ତି ନା କେନ୍ଦ୍ର ସରକାର।ଦୀର୍ଘ ବର୍ଷ ଧରି ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ଶାସନ ଚାଲି ଆସୁଥିବାବେଳେ ବି ଅଧା ଭଙ୍ଗା ସୂର୍ଯ୍ୟ ମନ୍ଦିର ପରି କୋଣାର୍କ ସହର ବି ଅଧାରେ ପଡି ରହିଛି। ତେବେ ଏଠି ପ୍ରଶ୍ନ ଯେଉଁ ସୂର୍ଯ୍ୟ ମନ୍ଦିର ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସାରା ବିଶ୍ୱରେ ଏତେ ବାଃ ବାଃ ନେଉଛନ୍ତି ସେହି ସୂର୍ଯ୍ୟ ମନ୍ଦିର ସହ କୋଣାର୍କ ସହରକୁ ଏତେ ଅବହେଳା କଣ ପାଇଁ ?

୧. ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇଁ ସରକାର ସୂର୍ଯ୍ୟ ମନ୍ଦିରକୁ ଏଏସଆଇ ହାତକୁ ଟେକିଦେଲେ ମାତ୍ର, ଦାୟିତ୍ୱ ଗ୍ରହଣ ପରେ ଏଏସଆଇ ତାର ମନମୁଖୀ କାର୍ଯ୍ୟକଳାପ ଆରମ୍ଭ କରିଛନ୍ତି। ମନ୍ଦିରରେ କାରୁକାର୍ଯ୍ୟ ପୂର୍ଣ୍ଣ ପଥର କାଢି ସାଧା ପଥର ଲଗାଯାଉଛି । ସୌନ୍ଦର୍ଯ୍ୟକରଣ ପାଇଁ କୁଶଳୀ କାରୀଗରଙ୍କୁ ନଲଗାଇ ଅଣକୁଶଳୀ କାରିଗରଙ୍କୁ ବ୍ୟବହାର କରାଯାଉଛି। ଯାହା ମନ୍ଦିରର ସୌନ୍ଦର୍ଯ୍ୟକରଣ କମାଉଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି।

୨. ୨୧ ବର୍ଷର ଶାସନ ମଧ୍ୟରେ ରାଜ୍ୟ ସରକାର କୋଣାର୍କକୁ କେବେ ବି ଆଡ ଆଖିରେ ଚାହିଁ ନାହାନ୍ତି,ଯେଉଁଥିପାଇଁ ଏଠି ପର୍ଯ୍ୟଟନର ସବୁ ସୁବିଧାଥିଲେ ଚାରଣ ଭୂମି ପରି କୋଣାର୍କ ଅବହେଳିତ ହୋଇ ପଡିରହିଛି।

୩. ବିଶ୍ୱ ପର୍ଯ୍ୟଟନସ୍ଥଳୀ କୋଣାର୍କକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଏଠି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ସ୍ଥିତି ଭୂମି ଓ ସୁବିଧା ସୁଯୋଗ ନାହିଁ। ଗମନାଗମନର ସୁବିଧା ଦୃଷ୍ଟିରୁ କେବଳ ସଡ଼କପଥ ହିଁ ଭରସା। ରେଳପଥର ସଂଯୋଗୀକରଣ କେବଳ କାଗଜ କଲମରେ ସୀମିତ । ଭୁବନେଶ୍ୱର ବିମାନବନ୍ଦର ବ୍ୟତୀତ ପୁରୀ-କୋଣାର୍କରେ ଆଜି ପର୍ଯ୍ୟନ୍ତ ବିମାନ ବନ୍ଦର ନିର୍ମାଣ ହୋଇପାରିଲା ନାହିଁ। ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ,ଷ୍ଟାଡିୟମ, ପାର୍କ, ଶିକ୍ଷା ବ୍ୟବସ୍ଥା ପାଇଁ ଥିବା କଲେଜ ସହ ଉନ୍ନତ ମାନର ମେଡିକାଲ ସବୁଥିରେ ଅବହେଳା।

୪.ବର୍ତ୍ତମାନ କୋଣାର୍କ ସହର ସହ କୋଣାର୍କ ସୂର୍ଯ୍ୟ ମନ୍ଦିରର ପାରିପାର୍ଶ୍ବିକ ବିକାଶ କାମ ଜୋରସୋରରେ ଆଗେଇ ଚାଲିଛି ମାତ୍ର ଏହି ସୌନ୍ଦର୍ଯ୍ୟୀକରଣ ପାଇଁ ଉଛେଦିକରଣ ହେବାକୁ ଥିବା ଜମି ତଥା ସ୍ଥାନୀୟଲୋକଙ୍କ ଘର ବାବଦରେ ସରକାର ଏପର୍ଯ୍ୟନ୍ତ କୌଣସି ପ୍ୟାକେଜ ଘୋଷଣା କରିଲେ ନାହିଁ।

୫. କୋଣାର୍କର ମୁଖ୍ୟ ସମସ୍ୟା ଜମିଜମା ସମସ୍ୟା।ସରକାରଙ୍କ ଅବହେଳା ଯୋଗୁଁ ଦୀର୍ଘ ବର୍ଷ ଧରି କୋଣାର୍କରେ ଜମିଜମା ସମସ୍ୟା ଲାଗି ରହିବା ଯୋଗୁଁ କୋଣାର୍କ ରେ ବିକାଶ ବାଧାପ୍ରାପ୍ତ ହେଉଛି।୧୯୬୩ ମସିହାରେ ସରକାରଙ୍କ ପକ୍ଷରୁ ବନ୍ଦୋବସ୍ତ ପ୍ରକ୍ରିୟାରେ କୋଣାର୍କ ଏନଏସି ସମେତ ସମୁଦାୟ ୯ ଟି ମୌଜାର ଜମିଗୁଡିକୁ ଫାଇନାଲ ପଟା ପ୍ରଦାନ କରାଯିବାର ପକ୍ରିୟା ଆରମ୍ଭ ସମୟ ରେ ୧୯୮୨ ମସିହାରେ ଥିବା ପୁର୍ବତନ ରାଜସ୍ୱ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ଏହାକୁ ନଟ ଫାଇନାଲ ଘୋଷଣା କରିବା ଯୋଗୁଁ ଆଜି ପର୍ଯ୍ୟନ୍ତ କୌଣସି ବିକାଶ ମୂଳକକାର୍ଯ୍ୟ ଏଠି ହୋଇ ପାରୁ ନାହିଁ।

Leave A Reply

Your email address will not be published.