Masthead

ଇରମ୍ ପାଇଁ ବଳିଦାନ ଦେଇଥିବା ବିପ୍ଳବୀ ଚିର ସ୍ମରଣୀୟ, ଚିର ଅମର

ଭଦ୍ରକ (ବଡ଼ କବର ବ୍ୟୁରୋ): ରକ୍ତତୀର୍ଥ ଇରମ୍ । ଭଦ୍ରକ ଜିଲ୍ଲାର ଏହି ସ୍ଥାନ ପ୍ରତିଟି ଓଡ଼ିଆଙ୍କ ପାଇଁ ପାଲଟିଛି ତୀର୍ଥ କ୍ଷେତ୍ର । ଏହାର ମାଟି, ଗୋଡି ଓ ପାଣି ପବନ ବଖାଣୁଛି ସ୍ୱାଧୀନତାର ବାର୍ତ୍ତା । କହୁଛି ବିପ୍ଲବର କାହାଣୀ । ୧୯୪୨ ମସିହା ଆଜିର ଦିନରେ ମାହାତ୍ମା ଗାନ୍ଧି କି ଜୟ, ବିଦେଶୀ ଶାସନ ଧ୍ୱଂସ ହେଉ, ବନ୍ଦେ ମାତରମ ଧ୍ୱନୀରେ କମ୍ପିଥିଲା ସମଗ୍ର ଇରମ । ଆଉ ଏହାପରେ ଯାହା ହେଲା ଭାରତ ଇତିହାସରେ ଯୋଡି ହୋଇଗଲା ଇଂରେଜଙ୍କ ବର୍ବରତାର ଆଉ ଏକ ଫର୍ଦ୍ଦ । ଇରମର ସ୍ୱାଧୀନତା ସଂଗ୍ରାମୀଙ୍କ ନିଷ୍ଠାପର ସଂଗ୍ରାମ ଏବେ ମଧ୍ୟ ଅଭୁଲା । ୧୯୪୨ ସେପ୍ଟେମ୍ବର ୨୮ । ଗର୍ଜି ଉଠିଲା ଇଂରେଜ ସିପାହୀଙ୍କ ବନ୍ଧୁକ । ଚାହୁଁ ଚାହୁଁ ହେଲା ଗୁଳି ବର୍ଷା ।

ଟଳି ପଡିଲେ ୨୮ ଜଣ ସଂଗ୍ରାମୀ । ଗୁଳି ବିଦ୍ଧ ହୋଇ ଗୁରୁତର ହେଲେ ଆଉ ୫୬ । ତତକାଳୀନ ବାଲେଶ୍ୱର ଅଧୁନା ଭଦ୍ରକର ଇରମ ପଡିଆ ମଣିଷ ରକ୍ତରେ ଲାଲ୍ ହୋଇଗଲା । କ୍ଷମତା, ସମ୍ପତ୍ତି କିମ୍ବା କୌଣସି ବ୍ୟକ୍ତିଗତ ଫାଇଦା ପାଇଁ ଇରମ ପଡିଆରେ ଏକାଠି ହୋଇନଥିଲେ ବିପ୍ଲବୀ । ଦେଶକୁ ସ୍ୱାଧୀନ କରିବା ପାଇଁ ମାହାତ୍ମା ଗାନ୍ଧିଙ୍କ ଡାକରାରେ ସେମାନେ ଏକାଠି ହୋଇଥିଲେ । ମହାତ୍ମା ଗାନ୍ଧିକି ଜୟ, ବନ୍ଦେ ମାତରମ, ବିଦେଶୀ ଶାସନ ଧ୍ୱଂସ ହେଉ ନାରା ଦେଉଥିବା ବେଳେ ସେଠାରେ ପହଂଚି ଥିଲେ ଶତାଧ୍ଚଳ ଇଂରେଜ ସିପାହୀ । ସମସ୍ତଙ୍କ ହାତରେ ଥିଲା ବନ୍ଧୁକ । ନିରସ୍ତ୍ର ବିପ୍ଲବୀଙ୍କ ଉପରକୁ ଆଖି ବୁଜା ଗୁଳି ଚାଳନା କରିଥିଲେ ।

ଟଳି ପଡିଥିଲେ ପରିବେୱାଙ୍କ ସମେତ ଗୋପାଳ ଚରଣ ଦାସ, ବିଶ୍ୱନାଥ ଦାସ, ବିଜୁଳି ଦାସ, ହୃଷିକେଶ ବେହେରା, ମଦନ ପଲାଇ, ବଲ୍ଲଭ ବେହେରା, ମାଘ ମହାଳିକ, ରୁଆ ମାଝୀ, କାଳି ମାଝୀ, ରାଧୁ ମାହାଳିକ, ଧୃବ ଚରଣ ଦେ, ବାସୁଦେବ ସାହୁ, ହରି ବେହେରା, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ମଣି ବେହେରା, ନିଧି ମଳିକ, ବୃନ୍ଦାବନ ପଣ୍ଡା, ଭାବନ ରାଉତ, ଶଙ୍କର ମଳିକ, ଦିବାକର ପାଣିଗ୍ରାହୀ, ଉପ ମଳିକ, ରାମ ମାଝୀ, କୃପାସିନ୍ଧୁ ବେହେରା, ଜଟି ସାହୁ,ତ୍ତରତ୍ନାକର ପାଣି, ମଣି ପ୍ରଧାନ, ପରି ଦାସ ଓ ଗୋବିନ୍ଦ ରାଉତ ଘଟଣାସ୍ଥଳରେ ଏହି ସଂଗ୍ରାମୀମାନେ ଆଖି ବୁଜି ଥିବା ବେଳେ ଗୁଳି ବିଦ୍ଧ ହୋଇ ଅନେକ ଲୁଚିଛପି ଚିକିତ୍ସିତ ହେଉଥିଲେ । ଉପଯୁକ୍ତ ଚିକିତ୍ସା ଅଭାବରୁ ଗୁରୁତରଙ୍କ ମଧ୍ୟରୁ ଅନେକ ମଧ୍ୟ ପରପାରିକୁ ଚାଲିଗଲେ । ଚୀର ସ୍ମରଣୀୟ ଏହି ବିପ୍ଲବୀ ମାନଙ୍କ ବଳିଦାନ ବୃଥା ଯାଇନି । ଦେଶ ସ୍ୱାଧୀନ ହୋଇଛି ଆଉ ସେମାନେ ଚୀର ଦିନ ଲାଗି ଅମର ହୋଇ ରହିଛନ୍ତି ।

ଗାନ୍ଧିଜୀଙ୍କ ଭାରତ ଛାଡ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ସମଗ୍ର ଦେଶରେ ସଫଳ କରିବା ପାଇଁ ଶପଥ ନେଇଥିଲେ ଶହ ଶହ ସଂଗ୍ରାମୀ । ଇରମ ମେଳଣ ପଡିଆରେ ଆୟୋଜିତ ହୋଇଥିଲା ସଂଗ୍ରାମୀ ମାନଙ୍କ ମେଳି । ସେଠାରେ ସମସ୍ତେ ଶପଥ ନେଇଥିଲେ, ଇଂରେଜ ଶାସନ ହଟିବ, ଭାରତ ସ୍ୱାଧୀନ ହେବ ଆଉ ଫେରିବ ସ୍ୱରାଜ୍ୟ । ସଂଗ୍ରାମୀମାନେ ମାହାତ୍ମା ଗାନ୍ଧି କି ଜୟ, ବିଦେଶୀ ଶାସନ ଧ୍ୱଂସ ହେଉ, ବନ୍ଦେ ମାତରମ ଧ୍ୱନୀ ଦେଉଥିବା ବେଳେ ଇଂରେଜମାନେ ସେଠାରେ ପହଂଚି ଯାଇଥିଲେ । ନିରସ୍ତ୍ର ଜନତାଙ୍କ ଉପରକୁ ଚଳଇଥିଲା ଗୁଳି । ରକ୍ତ ରଞ୍ଜିତ ଇରମର ୮୧ ତମ ସ୍ମୃତି ଦିବସରେ ଅତିତର ସେହି ଅପାସୋରା ସ୍ମୃତି ଆଜିବି ଜୀବନ୍ତ ଆଉ ସତେଜ । ଦେଶବାସୀ ଇରମର ସ୍ୱାଧୀନତା ସଂଗ୍ରାମୀଙ୍କ ନିଷ୍ଠାପର ସଂଗ୍ରାମକୁ ମନେ ପକାଇ ଜଶସ୍ୱୀ ଓଡ଼ିଆଙ୍କ ଗୁଣଗାନ କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା