Masthead

‘ବିହାର ବର୍ତ୍ତମାନ ମୁସଲମାନ ମୁଖ୍ୟମନ୍ତ୍ରୀ ଆବଶ୍ୟକ କରୁଛି’

ବିହାର (ବଡ଼ ଖବର ବ୍ୟୁରୋ): ଜାତିଗତ ଜନଗଣନାକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏବେ ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ନେଇ ମଧ୍ୟ ବିହାରରେ ଆରମ୍ଭ ହୋଇଛି ରାଜନୀତି । ଏହି ସମୟରେ ବିହାରରେ ମୁସଲମାନ ମୁଖ୍ୟମନ୍ତ୍ରୀ ହେବାର ଦାବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ, ଜନଗଣନା ପଛର କାରଣ ବର୍ଣ୍ଣନା କରିବାବେଳେ ବିହାର ସରକାର କହିଥିଲେ ଯେଉଁ ବର୍ଗଙ୍କ ସଂଖ୍ୟା ଅଧିକ, ତାଙ୍କୁ ଅଧିକ ଅଂଶ ଦିଆଯିବା ଉଚିତ।

ଏ ବାବଦରେ ସୋସିଆଲ ମିଡିଆ ୟୁଜରମାନେ ଲେଖିଛନ୍ତି, ସରକାରଙ୍କ କଥା ସତ୍ୟ, ତେଣୁ ଆପଣମାନେ କେବେ ବିହାରରେ ମୁସଲମାନ ମୁଖ୍ୟମନ୍ତ୍ରୀ ଦେବାକୁ ଯାଉଛନ୍ତି? ବିହାରରେ୧୭.୭୦ ପ୍ରତିଶତ ମୁସଲମାନ ଅଛନ୍ତି, ଯାହା ସମସ୍ତ ସମ୍ପ୍ରଦାୟ ମଧ୍ୟରେ ସର୍ବାଧିକ। ବିହାର ବର୍ତ୍ତମାନ ମୁସଲମାନ ମୁଖ୍ୟମନ୍ତ୍ରୀ ଆବଶ୍ୟକ କରୁଛି। ଜନସଂଖ୍ୟା ଆଧାରରେ ଏବଂ ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟରେ ଜଣେ ମୁସଲମାନ ମୁଖ୍ୟମନ୍ତ୍ରୀ ରହିବା ଉଚିତ ବୋଲି ୟୁଜରମାନେ କହିଛନ୍ତି।

ତେବେ ପ୍ରତିଶ୍ରୁତି ଦେଇ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ଏବେ ହରଡ଼ଘଣାରେ ପଡ଼ିଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ବିହାରର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଅନ୍ୟାନ୍ୟ ପଛୁଆ ବର୍ଗ ରାଜ୍ୟ ଜନସଂଖ୍ୟାର ୬୩ ପ୍ରତିଶତ। ଏହି ରିପୋର୍ଟରେ ଦର୍ଶାଯାଇଛି ଅନୁସୂଚିତ ଜାତି (ଏସଟି) ୧୯ ପ୍ରତିଶତରୁ ଅଧିକ ଏବଂ ଅନୁସୂଚିତ ଜନଜାତି (ଏସଟି)ଙ୍କ ସଂଖ୍ୟା ୧.୬୮ ପ୍ରତିଶତ ରହିଛି। ବିହାରର ଜନସଂଖ୍ୟାରେ ଉଚ୍ଚ ଜାତିଙ୍କ ସଂଖ୍ୟା ୧୫.୫୨ ପ୍ରତିଶତ। ବିହାର ଜାତି-ଆଧାରିତ ସର୍ବେକ୍ଷଣରେ ମୋଟ ଜନସଂଖ୍ୟାକୁ ୧୩ କୋଟିରୁ ଅଧିକ ରଖାଯାଇଛି।

ରିପୋର୍ଟ ଦର୍ଶାଉଛି ପଛୁଆ ବର୍ଗ (ଓବିସି) ଜନସଂଖ୍ୟା ୨୭ ପ୍ରତିଶତ ହୋଇଥିବାବେଳେ ଅତ୍ୟଧିକ ପଛୁଆ ବର୍ଗ (ଇବିସି) ୩୬ ପ୍ରତିଶତ ରହିଛି। ପଛୁଆ ଏବଂ ଅତ୍ୟଧିକ ପଛୁଆ ବର୍ଗ, ଯାହା ଅନ୍ୟ ପଛୁଆ ବର୍ଗ (ଓବିସି) ଭାବରେ ଜଣାଶୁଣା, ବିହାର ଜନସଂଖ୍ୟାର ୬୩ ପ୍ରତିଶତ ରହିଛନ୍ତି। ଏଥି ସହିତ ଭୂମିହରାଙ୍କର ଜନସଂଖ୍ୟା ୨.୮୬ପ୍ରତିଶତ, ବ୍ରାହ୍ମଣ ୩.୬୬ ପ୍ରତିଶତ, କୁର୍ମି ୨.୮୭ ପ୍ରତିଶତ, ମୁସାହର ୩ ପ୍ରତିଶତ ଏବଂ ଯାଦବ ୧୪ ପ୍ରତିଶତ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି