Masthead

ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ହେଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ । ରାଜ୍ୟସଭାରେ ବିଜୁ ଜନତା ଦଳର ନୂଆ ମୁଖ୍ୟ ସଚେତକ ହେଲେ ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ଦେଇଥିବା ଦଳୀୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ରାଜନୀତି ପୂର୍ବରୁ ମାନସ ମଙ୍ଗରାଜ ଗଣମାଧ୍ୟମରେ କାମ କରୁଥିଲେ । ତାଙ୍କର ଅଭିଜ୍ଞତାକୁ ଲକ୍ଷ୍ୟ ରଖି ପୂର୍ବରୁ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ଏହା ସହ ବିଜୁ ଜନତା ଦଳର ଗଣମାଧ୍ୟମ ବ୍ୟାପାର କଥା ମଧ୍ୟ ସେ ବୁଝି ଆସୁଛନ୍ତି । ବିଜୁ ଜନତା ଦଳରେ ମାନସଙ୍କ ଗୁରୁତ୍ୱ ବେଶ ବଢିଛି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନଙ୍କର ତାଙ୍କର ପ୍ରମୁଖ ଭୂମିକା ଥିବା ଅନେକ ସମୟରେ ଚର୍ଚ୍ଚା ହୁଏ । ସେ ୨୦୨୨ ଜୁନ ୧ତାରିଖରେ ରାଜ୍ୟସଭା ଯାଇଥିଲେ । ଏହା ପୂର୍ବରୁ ଦଳର ମୁଖ୍ୟ ସଚେତକ କାର୍ଯ୍ୟ ରାଜ୍ୟସଭାରେ ସୁଲତା ଦେଓ ସମ୍ଭାଳିଥିଲେ । ମାନସଙ୍କୁ ଏହି ନୂଆ ଦାୟିତ୍ୱ ମିଳିବା ପରେ ତାଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ଶୁଭେଚ୍ଛା ଜଣାଇଛନ୍ତି ।

ମାନସ ନିଶ୍ଚିତ ଏହି ଦାୟିତ୍ୱ ଭଲ ଭାବେ ତୁଲାଇବେ । ମୁଖ୍ୟ ସଚେତକ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଦଳର ବାର୍ତ୍ତା ତାଙ୍କ ମାଧ୍ୟମରେ ଆସେ । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଏକ ଭଲ ନିଷ୍ପତ୍ତି ବୋଲି କହିଛନ୍ତି ଅମର । ମାନସ ମଙ୍ଗରାଜ ରାଜ୍ୟସଭା ବିଜେଡି ମୁଖ୍ୟ ସଚେତକ ହେବା ଏକ ଭଲ କଥା । ତାଙ୍କ ପରି ଅଭିଜ୍ଞ ସଦସ୍ୟ ଦଳ ପାଇଁ ଜରୁରୀ । ଦଳ ବହୁତ ଭଲ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ସାଂସଦ ପ୍ରଶାନ୍ତ ନନ୍ଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ