Masthead

ଆବାସ ଯୋଜନାରେ ହେରଫେର,ସରପଞ୍ଚ-ଜିଆରଏସଙ୍କ ମଧ୍ୟରେ ଗଣ୍ଡଗୋଳ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଆବାସ ଯୋଜନାରେ  ହେରଫେର। ସରପଞ୍ଚ-ଜିଆରଏସଙ୍କ ମଧ୍ୟରେ ଗାଳି ଗୁଲଜର ଅଡିଓ ଭାଇରାଲ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଳେଶ୍ୱର ପୁର ପଂଚାୟତରୁ ଆସିଛି ଏଭଳି ଅଭିଯୋଗ । ସରପଞ୍ଚ ପ୍ରଫୁଲ୍ଲ ବେହୁରା ଏବଂ ଜିଆରଏସ ନିରଞ୍ଜନ ମହାନ୍ତିଙ୍କ ଅଡିଓ ଭାଇରାଲ ହୋଇଛି । ଆବାସ ଯୋଜନା ହେରଫେର ଘଟଣାରେ ଉଭୟ ମଧ୍ୟରେ କଥା କଟାକଟି ହେଉଥିବାର ଶୁଣିବାକୁ ମିଳିଛି । ଶତାଧିକ ହିତାଧିକାରୀ ଚୟନ ପ୍ରକିୟାରୁ ବାଦ୍ ପଡିଛନ୍ତି । ହିତାଧିକାରୀ ମାନଙ୍କୁ ଘର ନ ମିଳିବା ନେଇ ଜି ଆର୍ ଏସ ଟଙ୍କା ମାଗୁଥିଵା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ସରକାରୀ ଚାକିରିଆ ଏବଂ ଚାରିଚକିଆ ଗାଡିଥିବା ଲୋକଙ୍କ ନାମରେ ଆବାସ ଗୃହ ଆସିଥିବା ଦେଖିବାକୁ ମିଳିଛି। ଜଳେଶ୍ବର ପୁର ପଞ୍ଚାୟତକୁ ୨୯୩ ଜଣ ହିତାଧିକାରୀ ଚୟନ ପରେ ୧୮୦ ଜଣ ଯୋଗ୍ୟ ହିତାଧିକାରୀ ହୋଇଥିଲା ବେଳେ ଶତାଧିକ ହିତାଧିକାରୀ ଚୟନ ପ୍ରକିୟାରୁ ବାଦ୍ ପଡିଛନ୍ତି । ତେବେ ଏହାର ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ