ଆବାସ ଯୋଜନାରେ ହେରଫେର,ସରପଞ୍ଚ-ଜିଆରଏସଙ୍କ ମଧ୍ୟରେ ଗଣ୍ଡଗୋଳ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଆବାସ ଯୋଜନାରେ  ହେରଫେର। ସରପଞ୍ଚ-ଜିଆରଏସଙ୍କ ମଧ୍ୟରେ ଗାଳି ଗୁଲଜର ଅଡିଓ ଭାଇରାଲ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଳେଶ୍ୱର ପୁର ପଂଚାୟତରୁ ଆସିଛି ଏଭଳି ଅଭିଯୋଗ । ସରପଞ୍ଚ ପ୍ରଫୁଲ୍ଲ ବେହୁରା ଏବଂ ଜିଆରଏସ ନିରଞ୍ଜନ ମହାନ୍ତିଙ୍କ ଅଡିଓ ଭାଇରାଲ ହୋଇଛି । ଆବାସ ଯୋଜନା ହେରଫେର ଘଟଣାରେ ଉଭୟ ମଧ୍ୟରେ କଥା କଟାକଟି ହେଉଥିବାର ଶୁଣିବାକୁ ମିଳିଛି । ଶତାଧିକ ହିତାଧିକାରୀ ଚୟନ ପ୍ରକିୟାରୁ ବାଦ୍ ପଡିଛନ୍ତି । ହିତାଧିକାରୀ ମାନଙ୍କୁ ଘର ନ ମିଳିବା ନେଇ ଜି ଆର୍ ଏସ ଟଙ୍କା ମାଗୁଥିଵା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ସରକାରୀ ଚାକିରିଆ ଏବଂ ଚାରିଚକିଆ ଗାଡିଥିବା ଲୋକଙ୍କ ନାମରେ ଆବାସ ଗୃହ ଆସିଥିବା ଦେଖିବାକୁ ମିଳିଛି। ଜଳେଶ୍ବର ପୁର ପଞ୍ଚାୟତକୁ ୨୯୩ ଜଣ ହିତାଧିକାରୀ ଚୟନ ପରେ ୧୮୦ ଜଣ ଯୋଗ୍ୟ ହିତାଧିକାରୀ ହୋଇଥିଲା ବେଳେ ଶତାଧିକ ହିତାଧିକାରୀ ଚୟନ ପ୍ରକିୟାରୁ ବାଦ୍ ପଡିଛନ୍ତି । ତେବେ ଏହାର ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ