Masthead

ଦଶହରା ପାଇଁ ଦୀପାଲି ଓ ଅଳକା ସମର୍ଥକ ମୁହାଁମୁହିଁ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ):ବିଜେଡିରେ ଫାଟ ତଥା ଅନ୍ତକଳହ ପୁଣି ଦେଖିବାକୁ ମିଳିଛି । ଦଶହରା ଉତ୍ସବ ପାଇଁ ଦୀପାଲି ଓ ଅଳକା ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଝାରସୁଗୁଡ଼ାର ମନମୋହନ ଏମଇ ସ୍କୁଲରେ ଅନେକ ବର୍ଷ ଧରି ଦଶହରାର ରାବଣ ପୋଡ଼ି କାର୍ୟ୍ୟକ୍ରମ ହୋଇଆସୁଛି । ଏହି କାର୍ୟ୍ୟକ୍ରମ ପ୍ରଥମେ କିଶୋର ମହାନ୍ତି କରିଆସୁଥିଲେ । ପରେ ନବକିଶୋର ଦାସ କରି ଆସୁଥିଲେ । ଏହି ବର୍ଷ ସ୍ୱର୍ଗୀୟ କିଶୋର ମହାନ୍ତିଙ୍କ ସ୍ତ୍ରୀ ତଥା ବ୍ରଜରାଜନଗର ବିଧାୟକ ଅଳକା ମହାନ୍ତି ତଥା ସ୍ୱର୍ଗୀୟ ନବକିଶୋର ଦାସଙ୍କ ଝିଅ ତଥା ଝାରସୁଗୁଡ଼ା ବିଧାୟକ ଦୀପାଲି ଦାସ ଦଶହରା ଉତ୍ସବ କରିବାକୁ ସମଗ୍ର ଝାରସୁଗୁଡ଼ା ସହରରେ ପୋଷ୍ଟର ୱାର ଆରମ୍ଭ କରିଛନ୍ତି । ଦୁଇ ବିଧାୟକଙ୍କ ମଧ୍ୟରେ ଲଢେଇ ନୂଆ ନୁହେଁ ବୋଲି ଚର୍ଚ୍ଚା ହେଉଛି।

କିଛି ଦିନ ପୂର୍ବରୁ ବ୍ରଜରାଜନଗର ବିଜେଡିରେ ଅନ୍ତକଳହର ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ରଜରାଜନଗର ବିଧାୟକ ଅଳକା ମହାନ୍ତି ଏବଂ ଝାରସୁଗୁଡ଼ା ଜିଲ୍ଲା ବିଜେଡି ପର୍ୟ୍ୟବେକ୍ଷକ ତଥା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ସରକାରୀ କାର୍ଯ୍ୟକ୍ରମରେ ବ୍ରଜରାଜନଗର ଆସିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ କାଉନସିଲର ଅନୁପସ୍ଥିତ ରହିଥିଲେ । ଏହି ଘଟଣାର ଦୁଇଦିନ ପରେ ଝାରସୁଗୁଡ଼ା ବିଧାୟକ ଦୀପାଲି ଦାସ ବ୍ରଜରାଜନଗରର ମା’ ରାମଚଣ୍ଡୀ ମନ୍ଦିରକୁ ଆସିଥିଲେ । ତାଙ୍କର ଏହି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଅନେକ କାଉନସିଲର ଉପସ୍ଥିତ ଥିଲେ । କିନ୍ତୁ ବିଧାୟକ ଅଳକା ମହାନ୍ତିଙ୍କ ଗୋଷ୍ଠୀର କୌଣସି ଲୋକଙ୍କୁ ଦେଖିବାକୁ ମିଳିନଥିଲା । ଏହି ଘଟଣାକୁ ନେଇ ଝାରସୁଗୁଡ଼ା ଚର୍ଚ୍ଚା ଜୋର ଧରିଥିଲା । ଜିଲ୍ଲା ବିଜେଡିରେ ଫାଟ ଜଳ ଜଳ ହୋଇ ଦିଶିଥିଲା । ମନମୋହନ ଏମଇ ସ୍କୁଲ୍ରେ ହେବାକୁଥିବା ଦଶହରା କାର୍ୟ୍ୟକ୍ରମରେ ଦୁଇ ବିଧାୟକଙ୍କ ମଧ୍ୟରୁ କିଏ ମୁଖ୍ୟ ଅତିଥି ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଗୋଟେ ପଟେ ଅଳକା ମହାନ୍ତିଙ୍କ ସମର୍ଥକ ଏହାକୁ ତାଙ୍କର ପୁରୁଣା କାର୍ୟ୍ୟକ୍ରମ କହୁଥିବା ବେଳେ ଆର ପଟେ ଝାରସୁଗୁଡ଼ା ବିଧାୟକଙ୍କ ସମର୍ଥନମାନେ ବିଧାୟକ ଦୀପାଲି ଦାସ କାର୍ୟ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିବା କଥା ବୋଲି କହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ