Masthead

କାବୁଲରୁ ଭାରତ ଫେରିଲେ ୮୭ ଭାରତୀୟ ନାଗରିକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କାବୁଲରୁ ଭାରତ ଫେରିଲେ ଆଉ ୮୭ ଭାରତୀୟ ନାଗରିକ । ଏୟାର ଇଣ୍ଡିଆର ବିମାନରେ ଏହି ୮୭ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଛି । ଯେଉଁମାନଙ୍କ ମଧ୍ୟରେ ଦୁଇ ଜଣ ନେପାଳର ନାଗରିକ ମଧ୍ୟ ଅଛନ୍ତି । ବିମାନରେ ବସିବା ପରେ ଭାରତ ମାତା କି ଜୟ ନାରା ଦେଇଥିଲେ ଭାରତୀୟ ନାଗରିକ । ତେବେ ସ୍ୱଦେଶ ଫେରିଥିବାରୁ ସେମାନଙ୍କ ମନରେ ଉଲ୍ଲାସ ଭରି ରହିଥିଲା । ଭାରତ ସରକାରଙ୍କ ପକ୍ଷରୁ ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ।

ଏବେ ଅଧିକ ବିମାନ କାବୁଲ ପଠାଯିବ । ପ୍ରତ୍ୟେକ ଦିନ ଦୁଇଟି ବିମାନ ଉଡାଣ ପାଇଁ ଭାରତକୁ ଅନୁମତି ମିଳିଛି । କାବୁଲରୁ ଏହି ବିମାନ ଉଡାଣ ଭରିବ । ସେହିପରି ଆମେରିକା ମଧ୍ୟ କାବୁଲ ଏୟାରପୋର୍ଟରୁ ନିଜ ନାଗରିକଙ୍କୁ ଫେରାଇ ନେବା ପାଇଁ ଉଦ୍ୟମ ଜାରି ରଖିଛି । କାବୁଲ ଏୟାରପୋର୍ଟରେ ୫ ହଜାରରୁ ଅଧିକ ଆମେରିକୀୟ ସୈନିକ ଉପସ୍ଥିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ