Masthead

କଟକ-ଭୁବନେଶ୍ୱରରେ ଗଡିବ ମେଟ୍ରୋ

ଭୁବେନେଶ୍ୱର (ବଡ଼ ଖବର ବ୍ୟୁରୋ):ଟୁଇନ୍ ସିଟିରେ ଧାଏଁ ଧାଏଁ ଗଡିବ ମେଟ୍ରୋ। ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦେବେ ନୂଆ ଭେଟି । ମେଟ୍ରୋ ପ୍ରକଳ୍ପର ଭିତ୍ତି ପକାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ଵତନ୍ତ୍ର ବଜେଟ ଆଣି ମେଟ୍ରୋ ପ୍ରକଳ୍ପ କାର୍ୟ୍ୟକୁ କ୍ରିୟାଶିଳ କରିଛନ୍ତି ରାଜ୍ୟ ସରକାର। ମେଟ୍ରୋର ଯେତେ ସ୍ପିଡ ଠିକ୍ ସେତିକି ସ୍ପିଡରେ ଏବେ ମୁହାମୁହିଁ ହୋଇଛନ୍ତି ବିଜେପି – କଂଗ୍ରେସ – ବିଜେଡି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଭୁବନେଶ୍ୱର କଟକବାସୀଙ୍କ ପାଇଁ ଖୁସିର ମୁହୂର୍ତ୍ତ। କିନ୍ତୁ ବିଳମ୍ୱ ନ କରି ସରକାର ଯଥାଶୀଘ୍ର ମେଟ୍ରୋ ଚାଲନ୍ତୁ ।

ନଚେତ୍ ସରକାର ପସ୍ତାଇବେ। ତେଣେ ବିଜେପି ନେତା ବିରଞ୍ଚି ତ୍ରିପାଠୀ କହିଛନ୍ତି ମେଟ୍ରୋ ରାଜ୍ୟରେ ଚାଲିବା ଖୁସିର କଥା । କିନ୍ତୁ ସରକାର ଯେଉଁଭଳି କାର୍ୟ୍ୟ କରୁଛନ୍ତି ଲାଗୁଛି ଖାଲି ନିର୍ବାଚନୀ ପ୍ରଚାର ପାଇଁ ଉଦ୍ଦିଷ୍ଟ । ପୂର୍ବରୁ ମଧ୍ୟ ଅନେକ ଯୋଜନା କରି ଅର୍ଥ ହଡ଼ପ କରିଛି ବିଜେଡି ସରକାର। କେନ୍ଦ୍ର ସରକାର ଗୋଟେ ପରେ ଗୋଟେ ଭେଟି ରାଜ୍ୟକୁ ଦେଉଥିବାରୁ ଭୟଭୀତ ହୋଇଯାଇଛନ୍ତି ସରକାର ।ମେଟ୍ରୋକୁ ନେଇ ରାଜ୍ୟ ସରକାର ଗୋଟେ ପରେ ଗୋଟେ ନିଷ୍ପତ୍ତି ନେଇ ବିରୋଧୀଙ୍କୁ ଦେଉଛନ୍ତି ଚେକ୍। ହେଲେ ଥମୁନି ବିରୋଧୀଙ୍କ ଅଭିଯୋଗ । ଯାହାର ସାମ୍ନା କରୁଛି ଶାସକ। ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ମେଟ୍ରୋ ଚାଲିବା ଆମ ପାଇଁ ଗୌରବର ବିଷୟ। ନବୀନ ସରକାରରେ ହିଁ ଏହା ସମ୍ଭବ ହେବାକୁ ଯାଉଛି। ଏହାକୁ ନେଇ ବିରୋଧୀ ରାଜନୀତି ଛାଡି ଭାଗୀଦାର ସାଜିବାକୁ ଦେଇଛନ୍ତି ଆହ୍ବାନ।୪ ବର୍ଷରେ ରାଜ୍ୟରେ ଦୌଡ଼ିବ ମେଟ୍ରୋ। ୫୯୨୯ କୋଟିର ଡିପିଆରକୁ ମିଳିଛି ଅନୁମୋଦନ । ଯାହାକୁ ନେଇ ବିରୋଧୀ ଶାସକଙ୍କ ଭିତରେ ଲାଗି ରହିଛି ଛକାପଞ୍ଚା। ମୁଣ୍ଡଉପରେ ନିର୍ବାଚନ । ମେଟ୍ରୋ ପ୍ରକଳ୍ପ କାହାକୁ ଦେବ କେତେ ଫାଇଦା ଚାଲିଛି ଅଙ୍କକଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ