Masthead

ବାଘ ଛାଲ ଜବତ, ୫ଗିରଫ

ରାଇରଙ୍ଗପୁର, (ବଡ଼ ଖବର ବ୍ୟୁରୋ) : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜରେ ବାଘ ଛାଲ ଜବତ କରିବା ସହ ବ୍ୟାପାରୀଙ୍କୁ ଗିରଫ କରିଛି ବନ ବିଭାଗ । ବାଘ ଛାଲ କାରବାର ଚାଲିଥିବା ବେଳେ ବନ ବିଭାଗ ବାଘ ଛାଲ ବ୍ୟାପାରୀଙ୍କୁ ଧରିବା ନେଇ ଉଦ୍ୟମ କରିଥିଲେ ଏବଂ ସଫଳ ମଧ୍ୟ ହୋଇଛି । ବାଘ ଛାଲ ଜବତ କରିବା ସହ କାରବାରରେ ଲିପ୍ତ ୫ଜଣଙ୍କୁ ଧରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ କୁଳିଅଣାର ଖେଲାରାମ ହାଁସଦା, ହାମ୍ବିର ଟୁଡୁ, ବିଶୋଇର ବାଜିନାଥ ହେମ୍ବ୍ରମ, ସନଥ ମାରାଣ୍ଡ ଓ ଜାମଦାର ତୁସିଲ ମୁର୍ମୁ । ମଣଦା ରେଞ୍ଜ କଟାସ ଅଞ୍ଚଳରୁ ସେପ୍ଟେମ୍ବର ୩ରେ ମଧ୍ୟ ଏକ ବାଘ ଛାଲ ଜବତ କରିଥିଲା ବନବିଭାଗ । ଗତ ରବିବାର ଅର୍ଥାତ ଅକ୍ଟୋବର ୧୭ରେ ଶିମିଳିପାଳ ଅଞ୍ଚଳରେ ଚାଲିଥିବା ବାଘ ଛାଲ କାରବାରର ମାଷ୍ଟର ମାଇଣ୍ଡ ଲବ ନାଏକଙ୍କୁ ଗିରଫ କରିଥିଲେ । ମାତ୍ର କୋଭିଡ ଟେଷ୍ଟ ପାଇଁ ନେଉଥିବା ସମୟରେ ବନ ବିଭାଗକୁ ଚକମା ଦେଇ ଫେରାର ହୋଇଯାଇଥିଲେ ଲବ । ଶିମିଳିପାଳ ଅଞ୍ଚଳରେ ଲୁଚି ଶିମିଳିପାଳକୁ ଧ୍ୱଂସ କରୁଥିବା ଶିକାରୀ ଓ ବ୍ୟାପାରୀଙ୍କ ଉପରେ କଡା ନଜର ରଖିବା ସହ ଅପରାଧୀଙ୍କୁ ଗିରଫ କରିବା ନେଇ ପରିବେଶବିତ ମାନେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ