Before Header

କଟକରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

0 53

କଟକ(ବଡ଼ ଖବର ବ୍ୟୁରୋ): କଟକରେ କମିଶନରେଟ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ମହାରଣା ଆହତ । ଗତକାଲି ରାତିରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ମନୋଜର ବାମ ଗୋଡ଼ ରେ ଗୁଳି ବାଜିଛି । ଆହତ ଅବସ୍ଥାରେ ତାଙ୍କୁ ଏସସିବି କାଜୁଏଲଟିରେ ଭର୍ତ୍ତି କରାଯାଇଛି । କଟକ ଭାଣପୁର ବାସିନ୍ଦା ମନୋଜ ମହାରଣା ଓରଫ ମଙ୍ଗୁ କନ୍ଦରପୁର ଅଞ୍ଚଳରେ ହୋଇଥିବା ଡକାୟତିରେ ମୁଖ୍ୟ ଅଭିଯୁକ୍ତ ଥିଲା ବୋଲି ସୁଚନା ମିଳିଛି । ଘଟଣା ପରଠାରୁ ଫେରାର ଥିଲା ମନୋଜ ଓରଫ ମଙ୍ଗୁ । କନ୍ଦରପୁର ଅଞ୍ଚଳରେ ମଙ୍ଗୁ ମହାରଣା ଲୁଚି ରହି ଥିବାର ଖବର ପାଇବା ପରେ ପୋଲିସ ସେଠାରେ ରେଡ କରିଥିଲା । ପୋଲିସ ହାତରୁ ଖସିଯିବା ପାଇଁ ସେ ସଦର ଥାନା ଆଇଆଇସି ଓ ଜଣେ ଏସଆଇ ଉପରକୁ ଗୁଳି କରିଥିଲା । ଫଳରେ ଆତ୍ମ ରକ୍ଷା ପାଇଁ ପୋଲିସ ମଙ୍ଗୁକୁ ଗୁଳି କରିଥିଲ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ମନୋଜ ନାଁ ରେ ପୂର୍ଵରୁ ୮ ଟି ମାମଲା ରହିଛି ।

Leave A Reply

Your email address will not be published.