ବାହାନଗାଦୁର୍ଘଟଣାର ୧୨୮ ଦିନ ପରେ ଜଳିଲା ମୃତଦେହ, ଦାହ ହେଲା ୨୮ଟି ଅଚିହ୍ନା ମୃତଦେହ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) ବାହାନଗା ରେଳ ଦୁର୍ଘଟଣାକୁ ଏହାରି ମଧ୍ୟରେ ୧୨୮ ଦିନ ବିତି ଯାଇଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା କିଛି ବ୍ୟକ୍ତିଙ୍କ ଶବ ଆଜିଯାଏଁ ବି ଶବାଗାରରେ ରଖାଯାଇଥିଲା । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ସେମାନଙ୍କ ସମ୍ପର୍କୀୟମାନେ ଚିହ୍ନଟ କରିଥିଲେ ।

କିନ୍ତୁ ୨୮ଟି ମୃତଦେହ ଆଜି ଯାଏଁ ବି ଚିହ୍ନଟ ହୋଇପାରିନଥିଲା । ପରିଚୟ ଖୋଜିବାର କସରତ ପରେ ଶେଷରେ ଅନ୍ତିମ ସଂସ୍କାର କରାଯିବା ବ୍ୟତୀତ ଆଉ କୌଣସି ଉପାୟ ନଥିଲା । ଶେଷରେ ଏମ୍ସ, ସିବିଆଇ, ବିଏମସି ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲାଯାଇ ଅଚିହ୍ନା ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା । ସମସ୍ତ ମୃତଦେହର ଡିଏନଏ ନମୁନା ଭୁବନେଶ୍ୱର ଏମ୍ସରେ ରଖାଯାଇଛି ।

କୌଣସି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରନ୍ତି ତେବେ ନମୁନା ସହ ଡିଏନଏ ମ୍ୟାଚ କରାଯିବ । ଭୁବନେଶ୍ୱରର ଭରତପୁର ଶ୍ମଶାନରେ ୨୧ଟି ମୃତଦେହକୁ ସଂସ୍କାର କରରାଯାଇଛି । ଆଜି ଅବଶିଷ୍ଟ ମୃତଦେହକୁ ସଂସ୍କାର କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ