Masthead

ମୋଷ୍ଟୱାଣ୍ଟେଡ୍‌ ଆତଙ୍କବାଦୀ ସାହିଦ ଲତିଫ୍‌କୁ ପାକିସ୍ତାନରେ ଗୁଳିକରି ହତ୍ୟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ପଠାନକୋଟ୍‌ ମାଷ୍ଟରମାଇଣ୍ଡକୁ ହତ୍ୟା । ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ସାହିଦ ଲତିଫ୍‌କୁ ପାକିସ୍ତାନରେ ଗୁଳିକରି ହତ୍ୟା । ସିଆଲକୋଟ୍‌ରେ ଗୁଳିକରି ହତ୍ୟା କଲେ ଅଜଣା ଦୁର୍ବୃତ୍ତ । ଏନଆଇଏର ୱାଣ୍ଟେଡ୍‌ ତାଲିକାରେ ଥିଲା ସାହିଦ ଲତିଫ୍‌ । ପଠାନକୋଟ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ସାହିଦ । ୨୦୧୬ ଜାନୁୟାରୀ ଦୁଇ ତାରିଖରେ ପଠାନକୋଟ ଏୟାରବେସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ସାହିଦ ଲତିଫ୍ ସାହିଦ । ଏହା ବ୍ୟତୀତ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ ଅପହରଣ ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲା ସାହିଦ ।ଲତିଫ ପାକିସ୍ତାନର ପଞ୍ଜାବ ପ୍ରଦେଶର ଗୁଜରାନୱାଲାର ବାସିନ୍ଦା ଥିଲା ।

ଜୈଶ-ଏ-ମହମ୍ମଦଙ୍କ ସହ ଜଡିତ ଥିଲା ମୃତ ଅତଙ୍କୀ । ସିଆଲକୋଟ ସେକ୍ଟରର କମାଣ୍ଡର ଥିଲେ ସାହିଦ ଲତିଫ, ଯିଏ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର କାମ କରିବା ସହ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲା । ସାହିଦ ଲତିଫକୁ ନଭେମ୍ବର ୧୨, ୧୯୯୪ରେ ଗିରଫ କରାଯାଇଥିଲା ଏବଂ ଭାରତୀୟ କାରାଗାରରେ ୧୬ ବର୍ଷ ସଜା କାଟିବା ପରେ ୨୦୧୦ରେ ୱାଗା  ରାସ୍ତାରେ ପାକିସ୍ତାନକୁ ପ୍ରତ୍ୟର୍ପଣ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା