Masthead

ମନ୍ଦିରର ସୁରକ୍ଷା ପାଇଁ ଆଗେଇ ଆସିଲେ ଲୋକେ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ)): ବଲାଙ୍ଗିର ସହରର ବିଭିନ୍ନ ପଡା ପରେ ଏବେ ସର୍ବ ପୁରାତନ ରାଧାକୃଷ୍ଣ ମନ୍ଦିର ଉପରେ ଆଖି ଓ ଉଚ୍ଛେଦ ଲାଗି ପ୍ରଶାସନ ପକ୍ଷରୁ ମନ୍ଦିର ପୂଜକଙ୍କୁ ନୋଟିସ ବି ଦିଆଯାଇଛି ଓ ହେଲେ ମନ୍ଦିର ସୁରକ୍ଷା ପାଇଁ ଲୋକେ ଆଗେଇ ଆସିବା ସହ ମନ୍ଦିର ଭଙ୍ଗା ଚକ୍ରାନ୍ତକୁ ତୀବ୍ର ବିରୋଧ କରାଯାଇଛି ଓ ଏବଂ ଆଗାମୀ ଦିନରେ ବଡ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବଲାଙ୍ଗୀରବାସୀ । ସେପଟେ ଲୋକଙ୍କ ସହ ସାମିଲ ହୋଇ ମନ୍ଦିର ଭାଙ୍ଗିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ପୌରାଧ୍ୟକ୍ଷା ।

ଇଏ ହେଉଛି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ପରିସରରେ ଥିବା ସର୍ବ ପୂରାତନ ରାଧାକୃଷ୍ଣ ମନ୍ଦିର ଓ ହେଲେ ସହରର ଐତିହ୍ୟ ସମ୍ପର୍ଣ୍ଣ ଏହି ମନ୍ଦିର ଭାଙ୍ଗିବାକୁ ଏବେ ପ୍ରଶାସନର ମସୁଧା ଚାଲିଛି ଓ ଏପରିକି ଉଚ୍ଛେଦ ପାଇଁ ପୌର ଅଧିକାରୀ ନୋଟିସ ବି ଦେଇ ସାରିଛନ୍ତି ଓ ୭ ଦିନ ମଧ୍ୟରେ ମନ୍ଦିର ଉଚ୍ଛେଦ ଲାଗି ନୋଟିସ ପାଇବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବୁଧବାର ସନ୍ଧ୍ୟାରେ ସମସ୍ତ ସଂଗଠନ ଓ ସାଧାରଣ ଲୋକେ ମନ୍ଦିରରେ ବୈଠକ କରି ଏହାକୁ ତୀବ୍ର ନିନ୍ଦା କରିଥିଲେ । ଏବଂ ଆଗାମୀ ଦିନରେ ଏଥିପାଇଁ ବଲାଙ୍ଗୀର୬ ବନ୍ଦ ଭଳି ବଡ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ଧର୍ମଶାଳା ଓ ମନ୍ଦିର ବାଡ ସବୁ ଉଚ୍ଛେଦ ହୋଇ ସାରିଛି ।

ଏବେ ମନ୍ଦିର ମଧ୍ୟରେ ଥିବା ଘର ସବୁକୁ ଉଚ୍ଛେଦ କରାଯିବାକୁ ପ୍ରୟାସ ଚାଲିଛି ଓ ଏହାକୁ କଠୋର ଭାବରେ ବିରୋଧ କରାଯିବା ସହ ମନ୍ଦିର ଭାଙ୍ଗିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ସହର ବାସିନ୍ଦା । ସେପଟେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ସ୍ଥାନୀୟ ବାସିନ୍ଦାଙ୍କ ସହ ମନ୍ଦିର ଯାଇ ଆଲୋଚନା କରିଥିଲେ । ଏହା ପ୍ରଶାସନର ନିଷ୍ପତ୍ତି ହୋଇଥିବା ବେଳେ ପୌର ପରିଷଦ କାଉନସିଲର ଏହାକୁ ବିରୋଧ କରିବ ଓ ଏବଂ କୌଣସି ମତେ ଉଚ୍ଛେଦ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ୧୯୧୧ ମସିହାରେ ଏହି ମନ୍ଦିର ସ୍ଥାପନ ପାଇଁ ରାଜା ଜମି ଦେଇଥିଲେ କ୍ଷ ହେଲେ ୧୯୭୬ ବନ୍ଦୋବସ୍ତରେ ଏହା ସରକାରୀ ଖାତାକୁ ଚାଲି ଯାଇଥିଲା । ଏବେ ମେଡିକାଲର ଉନ୍ନତି ନାଁରେ ଏହାକୁ ଉଚ୍ଛେଦ କରିବାକୁ ଯୋଜନା ଚାଲିଛି ଓ ତେବେ ଉଚ୍ଛେଦ ପାଇଁ ପୌର ଅଧିକାରୀ ନୋଟିସ ଦେଇଥିବା ବେଳେ ପୌରାଧ୍ୟକ୍ଷା କେମିତି ଜାଣି ପାରିଲେନି, ତାହା ଏବେ ବଡ ପ୍ରଶ୍ନ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା