Masthead

ଲୋକ ଯାହା ଚାହୁଁଛନ୍ତି ତାହା ହେଉଛି, ଗମନାଗମନ ପାଇଁ ବସ ଚାହୁଁଥିଲେ ବସ ଦିଆଗଲା: ଅରବିନ୍ଦ ଢାଲି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଓଡ଼ିଶାରେ ସାମ୍ବିଧାନିକ ବ୍ୟବସ୍ଥାରେ ଶାସନ ଚାଲୁନାହିଁ ବୋଲି ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଉପରେ ବିଜେଡ଼ିର ଜବାବ । ଜବାବ ଦେଇଛନ୍ତି, ବିଜେଡି ବିଧାୟକ ଅରବିନ୍ଦ ଢାଲି । କହିଛନ୍ତି, ଲୋକଙ୍କ ପାଇଁ ଯାହା ଭଲ ସରକାର ସେଇଟା କରୁଛନ୍ତି । ବିରୋଧୀ ମାନେ କାହାକୁ ଯାଇ ଭେଟିବେ ସେଇଟା ତାଙ୍କ ଉପରେ ନିର୍ଭର କରେ । କିନ୍ତୁ ଓଡ଼ିଶାରେ ସବୁ ଠିକ୍ ଚାଲିଛି । ଭଲ କାମ ହେଉଛି ଏବଂ ଲୋକ ମାନେ ଖୁସି ଅଛନ୍ତି । ସରକାରଙ୍କ ଉପରେ ଲୋକଙ୍କ ବହୁତ ଭରଷା ଅଛି । ଲୋକ ଯାହା ଚାହୁଁଛନ୍ତି ତାହା ହେଉଛି । ଲୋକମାନେ ଗମନାଗମନ ପାଇଁ ବସ ଚାହୁଁଥିଲେ, ବସ ଦିଆଗଲା । ନିର୍ବାଚନ ଦୃଷ୍ଟିରୁ ନୁହେଁ, ବହୁତ ଆଗରୁ ବସ ଚାଲିବା ପାଇଁ ସରକାର ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ