Before Header

ସିବିଆଇ ପରେ ସିସୋଦିଆଙ୍କୁ ଗିରଫ କଲା ଇଡି

0 13

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିବିଆଇ ପରେ ଏବେ ଇଡି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି । ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଜେଲରେ ଥିବା ସିସୋଦିଆଙ୍କୁ ପ୍ରାୟ ୮ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କରିଛି ଇଡି। ସେପଟେ ଆଜି ସିବିଆଇ ଗିରଫଦାରୀକୁ ଚ୍ୟାଲେଂଜ କରି ଜାମିନ୍ ପାଇଁ ସିବିଆଇ କୋର୍ଟରେ ଶୁଣାଣି ହେବ । ଏହାର ଗୋଟିଏ ଦିନ ପୂର୍ବରୁ ଇଡି ସିସୋଦିଆଙ୍କୁ ଗିରଫ କରିଛି ।

ଇଡି ଏକ ସ୍ୱତନ୍ତ୍ର ପିଏମଏଲଏ କୋର୍ଟରୁ ଏକ ୱାରେଣ୍ଟ ପାଇବ ବୋଲି ଆଶା କରାଯାଉଛି । ଏହା ପରେ ସିସୋଦିଆଙ୍କ ହେପାଜତକୁ ନେଇ ପଚରାଉଚରା କରିବା ପାଇଁ ଇଡି ଆଜି କୋର୍ଟରେ ଅନୁମତି ମାଗିବ । ଯଦି ସିବିଆଇ ମାମଲାରେ ମନୀଷଙ୍କୁ ଜାମିନ ମିଳିବ ଅନ୍ୟପଟେ ଇଡି ସିସୋଦିଆଙ୍କୁ ହେପାଜତରେ ଜେରା ପାଇଁ ଅନୁମତି ପାଇବ ତାହେଲେ ଜେଲରୁ ବାହିରିପାରିବେ ନାହଁ ମନୀଷ । କାରଣ ଇଡିକୁ ହେପାଜତରେ ନେବାକୁ ଅନୁମତି ମିଳିଛି ।

Leave A Reply

Your email address will not be published.