ବରୀରେ ବିଜେପି ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ

ବରୀ(ବଡ଼ ଖବର ବ୍ୟୁରୋ); ଆଜି ବରୀ ବିଜେପି ପକ୍ଷରୁ ବରୀ ବ୍ଲକ ରତଳାଙ୍ଗ ପଞ୍ଚାୟତ ରେ ମୋ ଦେଶ ମୋ ମାଟି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ସାରା ଦେଶରେ ଏହି କାର୍ଯ୍ୟକ୍ରମ କରୁଥିବା ବେଳେ ଆଜି ବରୀରେ ବିଜେପି ନେତା ଉମେଶ ଜେନାଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରବିନାରାୟଣ ବେହେରା , ରାଜ୍ୟ ମହିଳା ମୋର୍ଚ୍ଚା ନେତ୍ରୀ ମନସ୍ମିତା ଖୁଣ୍ଟିଆ, ପୂର୍ବତନ ଜିଲ୍ଲା ସଭାପତି ଆଶୁତୋଷ ପରିଡ଼ାଙ୍କ ସହିତ ଶତାଧିକ ବିଜେପି କର୍ମୀ ତଳାଙ୍ଗ ପଞ୍ଚାୟତର ଦଧିବାମନ ଜିୟୁ ମନ୍ଦିର ଠାରୁ ମୂର୍ତ୍ତିକା ସଂଗ୍ରହ କରି ଏକ ବିରାଟ ପଟୁଆରରେ ବୁଲି ମୂର୍ତ୍ତିକା ସଂଗ୍ରହ କରିଥିଲେ। ପରେ ଦେଶ ପାଇଁ ସହିଦ ହୋଇଥିବା ସେହି ଗ୍ରାମର ସହିଦ ବାମଦେବ ସାମଲଙ୍କ ବାସ ଗୃହରେ ପହଞ୍ଚି ସହିଦଙ୍କ ସ୍ମୃତି ଚାରଣ କରିବା ସହ ସହିଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ସେଠାରେ ଆୟୋଜିତ ଏକ ସଭାରେ ମୋ ଦେଶ ମୋ ମାଟି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଉଦ୍ଦେଶ୍ୟ ରହିଛି ତାହାକୁ ଜନ ସାଧାରଣ ଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଆଜିର ଏହି କାର‌୍ୟ୍ୟକ୍ରମରେ ବିଜେପିର ବହୁ ଆଗ ଧାଡ଼ିର ଛାମୁଆ କର୍ମୀ ମାନଙ୍କ ସହ ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’