Masthead

ଦୁଇ ଦିନିଆ ଜାମ୍ମୁ ଗସ୍ତରେ ରାହୁଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ଦିନିଆ ଜାମ୍ମୁ ଗସ୍ତରେ ଅଛନ୍ତି । ରାହୁଲ ଜାମ୍ମୁରେ ଦଳର ନେତା, କାର୍ଯ୍ୟକର୍ତ୍ତା, ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ କଟରାରୁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ପାଇଁ ଚାଲି ଚାଲି ବାହାରିଛନ୍ତି। ଏନେଇ ଜାମ୍ମୁ କାଶ୍ମୀର କଂଗେସ କମିଟି ଅଧ୍ୟକ୍ଷ ଗୁଲାମ ଅହମଦ ମୀର କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କର ପବିତ୍ର ମନ୍ଦିରରେ ସ୍ୱତନ୍ତ୍ର ଆସ୍ଥା ରହିଛି।

ସେ ଅନେକ ବର୍ଷ ହେଲା ବୈଷ୍ଣୋ ଦେବୀ ମନ୍ଦିର ଯିବାକୁ ଚାହୁଁଥିଲେ। କିନ୍ତୁ ରାଜନୈତିକ ସ୍ଥିତି ଏମିତି ନଥିଲା ଯେ ସେ ଏଠାକୁ ଆସିବେ। ବର୍ତ୍ତମାନ ସ୍ଥିତି ଟିକେ ସୁଧୁରିବା ପରେ ସେ ଆସିଛନ୍ତି ବୋଲି ଗୁଲାମ କହିଛନ୍ତି। ଗୁଲାମ ମୀର କହିଛନ୍ତି, ଅନେକ ନେତା ମାତାଙ୍କ ପବିତ୍ର ମନ୍ଦିର ଯାଆନ୍ତି କିନ୍ତୁ ସେମାନେ ହେଲିକପ୍ଟର ଓ ଘୋଡାରେ ଯାଆନ୍ତି।

କିନ୍ତୁ ରାହୁଲ ଗାନ୍ଧୀ କଟରୀରୁ ମନ୍ଦିର ଯାଏଁ ଚାଲି ଚାଲି ଯାଉଛନ୍ତି। ସେ ସେଠାରେ ପୂଜା କରିବେ ଓ ଆଳତୀରେ ସାମିଲ ହେବେ। ଆର ଦିନ ପୁଣି ଚାଲି ଚାଲି ତଳକୁ ଆସିବେ। ତାଙ୍କ ଯାତ୍ରାର ପ୍ରଥମ ଦିନ କୌଣସି ରାଜନୈତିକ କାର୍ୟ୍ୟକ୍ରମ ଆୟୋଜନ ହୋଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା