Masthead

ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁ ଉଡ଼ିବ ଇଣ୍ଡିଗୋ ବିମାନ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଏବେ ଝାରସୁଗୁଡ଼ାରୁ ବେଙ୍ଗାଲୁରୁ ଓ କୋଲକତା ଯିବା ହେବ ସହଜ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ଇଣ୍ଡିଗୋ ବିମାନ । ପ୍ରତିଦିନ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ । ନଭେମ୍ବର ୫ ତାରିଖରୁ କୋଲକାତା ଓ ନଭେମ୍ବର ୧୫ ତାରିଖରୁ ବାଙ୍ଗାଲୁରୁକୁ ଉଡ଼ିବ ଇଣ୍ଡିଗୋ ବିମାନ । ଏନେଇ ଝାରସୁଗୁଡ଼ା ଏୟାରପୋର୍ଟ ଅଥରିଟି ବିମାନ ଉଡ଼ାଣର ଏକ କାର୍ଯ୍ୟସୂଚୀ ସମ୍ପର୍କରେ ତାଙ୍କର ଅଫିସିଆଲ ଏକ୍ସ ହାଣ୍ଡେଲରେ ସେୟାର କରିଛନ୍ତି । ଏହା ଦ୍ୱାରା ଝାରସୁଗୁଡ଼ା ସିଧାସଳଖ ଭାବେ ବେଙ୍ଗାଲୁରୁ ଓ କୋଲକାତା ସହ ଯୋଡି ହେବ । ସୂଚନା ଅନୁସାରେ, କୋଲକାତାକୁ ATR-୭୨ ବିମାନ ଉଡ଼ିବ । ଏହି ବିମାନ ୭୦ ଜଣଙ୍କୁ ନେଇ ଉଡ଼ାଣ ଭରିପାରିବ । ସେହିପରି ନଭେମ୍ବର ୧୫ ତାରିଖରେ ବେଙ୍ଗାଲୁରୁକୁ A-୩୨୦ ବିମାନ ଉଡ଼ିବ । ଯାହାକି ୧୮୦ ଜଣ ଲୋକଙ୍କୁ ନେଇ ଉଡ଼ାଣ ଭରିପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ