Masthead

ଶାହା ଓ ମୋଦି କଂଗ୍ରେସ ସରକାରଙ୍କୁ ଟପି ପାରିବେ ନାହଁ: ଅଶୋକ ଗେହଲଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣିଥରେ ୨୦୨୦ର ରାଜନୈତିକ ସଙ୍କଟ ବିଷୟରେ ପ୍ରତିକ୍ରିୟା ରଖିଉନ୍ତି । ସେ କହିଛନ୍ତି ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରେ କଂଗ୍ରେସ ସରକାରକୁ ଟପି ପାରିବେ ନାହିଁ। ଏଥିସହ ଗଜେନ୍ଦ୍ର ସିଂ ଶେଖାୱାତ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଅମିତ ଶାହାଙ୍କ ଭଳି କେନ୍ଦ୍ର ମନ୍ତ୍ରୀ ତାଙ୍କ ସରକାରକୁ ହଟାଇବା ଯୋଜନାରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି। ଅଶୋକ ଗେହଲଟ କହିଛନ୍ତି, କଂଗ୍ରେସ ବିଧାୟକମାନେ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି ବିଜେପି ଗୁଜବ ପ୍ରଚାର କରୁଛି। ସେ ପ୍ରଶ୍ନ କରିଛନ୍ତି, ଯଦି ଏହି ବିଧାୟକମାନେ ଭ୍ରଷ୍ଟାଚାରୀ ଥିଲେ, ତେବେ ସେମାନେ ୧୦କୋଟିର ପ୍ରଥମ କିସ୍ତି କାହିଁକି ଗ୍ରହଣ କରି ନ ଥିଲେ?

ଯଦି ବିଧାୟକମାନେ ଭ୍ରଷ୍ଟାଚାରୀ ହୋଇଥାନ୍ତେ, ସେମାନେ ଏହାକୁ ନେଇଥାନ୍ତେ ଏବଂ ସେମାନଙ୍କୁ ଅଟକାଇବାକୁ କିମ୍ବା ପ୍ରଶ୍ନ କରିବା ପାଇଁ କେହି ନ ଥିଲେ । ବିଧାୟକମାନେ ବହୁ ଦୁର୍ନୀତି କରିଛନ୍ତି ବୋଲି ଅଭିଯୋଗ କରିବା ଅତି ସହଜ। ଆଜିକାଲି ଏହା ଅଭିଯୋଗର ଯୁଗ ଏବଂ ଆପଣ କାହା ଉପରେ ଅଭିଯୋଗ କରିପାରିବେ। ଯେଉଁମାନେ ଏହାକୁ ନେଇଛନ୍ତି, ସେମାନଙ୍କୁ କେହି ପଚାରୁଛନ୍ତି ନାହାନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଜୟପୁର ବିମାନବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଯଦି ଆମର ବିଧାୟକମାନେ ଭ୍ରଷ୍ଟାଚାରୀ ହୋଇଥାନ୍ତେ, ତେବେ ସେମାନେ ରାଜନୈତିକ ସଙ୍କଟ ସମୟରେ ପାଇଥିବା ୧୦ -୧୦ କୋଟି ଟଙ୍କା ଛାଡି ନ ଥାନ୍ତେ, ଲୋଭ ଥାନ୍ତା ତ ଏହାକୁ ନେଇଥାନ୍ତେ। ୧୦ କୋଟି ଟଙ୍କା ଛାଡିବାକୁ କିଏ ଚାହିଁବ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି