Masthead

ଆଜି ହେବ ମିଶନ ଗଗନୟାନର ପ୍ରଥମ ଉଡ଼ାଣ ପରୀକ୍ଷଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ହେବ ମିଶନ ଗଗନୟାନର ପ୍ରଥମ ଉଡ଼ାଣ ପରୀକ୍ଷଣ । ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍‌ ସେଣ୍ଟରରୁ ପରୀକ୍ଷଣ ହେବ । ଭୂପୃଷ୍ଠରୁ ୧୭ କି.ମି. ଉପରକୁ ଯାଇ ଖସିବ ମାନବ ବିହୀନ କ୍ରୁ-ମଡ୍ୟୁଲ୍‌ । ୨୦୨୫ ସୁଦ୍ଧା ମହାକାଶକୁ ମାନବ ପଠାଇବାକୁ ଇସ୍ରୋର ଲକ୍ଷ୍ୟ । ସକାଳ ୮ଟା ୩୦ରେ ହେବ ପରୀକ୍ଷଣ । ପ୍ରାୟ ୩୫ ମିଟର ଏକ ରକେଟ ସାହାଯ୍ୟରେ ଗଗନୟାନ କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ପ୍ରାୟ ୧୭ କିଲୋମିଟର ଉଚ୍ଚକୁ ପଠାଯିବ ଏବଂ ସେଠାରୁ ଏହା ଖସି ବଙ୍ଗୋପସାଗରରେ ପଡ଼ିବ ।

ଏଥିରେ କେହି ମହାକାଶଚାରୀ ନଥିବେ, କିନ୍ତୁ ଏହାର ଆକାର ଓ ଓଜନ ଗଗନଯାନର ପ୍ରକୃତ କ୍ରୁ ମଡ୍ୟୁଲ ସହିତ ସମାନ ରହିବ ।ଏହି ୪ହଜାର ୫୨୦ କିଲୋଗ୍ରାମର କ୍ରୁ ମଡ୍ୟୁଲଟି ତଳକୁ ଖସିବା ବେଳେ ୧୦ଟି ପାରାଚୁଟ୍ ସାହାଯ୍ୟରେ ଏହାର ବେଗ ହ୍ରାସ କରାଯିବ । ଯୋଜନା ମୁତାବକ ସବୁକିଛି ଠିକ୍ ଚାଲିଲେ, ଏହି ମାନବ କ୍ରୁ ମଡ୍ୟୁଲଟି ଶ୍ରୀହରିକୋଟ୍ଟା ଠାରୁ ୧୦ କିଲୋମିଟର ଦୂରରେ ସୁରକ୍ଷିତ ଭାବେ ଖସି ସମୁଦ୍ରରେ ଭାସିବ । ସେଠାରେ ପୂର୍ବରୁ ଜାହାଜରେ ମୁତୟନ ଥିବା ଭାରତୀୟ ନୌସେନା ଯବାନ କ୍ରୁ ମଡ୍ୟୁଲଟିକୁ କ୍ରେନ୍ ସହାୟତାରେ ଉଦ୍ଧାର କରି ତଟକୁ ଆଣିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ