Masthead

ଆଜି ହେବ ମିଶନ ଗଗନୟାନର ପ୍ରଥମ ଉଡ଼ାଣ ପରୀକ୍ଷଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ହେବ ମିଶନ ଗଗନୟାନର ପ୍ରଥମ ଉଡ଼ାଣ ପରୀକ୍ଷଣ । ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍‌ ସେଣ୍ଟରରୁ ପରୀକ୍ଷଣ ହେବ । ଭୂପୃଷ୍ଠରୁ ୧୭ କି.ମି. ଉପରକୁ ଯାଇ ଖସିବ ମାନବ ବିହୀନ କ୍ରୁ-ମଡ୍ୟୁଲ୍‌ । ୨୦୨୫ ସୁଦ୍ଧା ମହାକାଶକୁ ମାନବ ପଠାଇବାକୁ ଇସ୍ରୋର ଲକ୍ଷ୍ୟ । ସକାଳ ୮ଟା ୩୦ରେ ହେବ ପରୀକ୍ଷଣ । ପ୍ରାୟ ୩୫ ମିଟର ଏକ ରକେଟ ସାହାଯ୍ୟରେ ଗଗନୟାନ କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ପ୍ରାୟ ୧୭ କିଲୋମିଟର ଉଚ୍ଚକୁ ପଠାଯିବ ଏବଂ ସେଠାରୁ ଏହା ଖସି ବଙ୍ଗୋପସାଗରରେ ପଡ଼ିବ ।

ଏଥିରେ କେହି ମହାକାଶଚାରୀ ନଥିବେ, କିନ୍ତୁ ଏହାର ଆକାର ଓ ଓଜନ ଗଗନଯାନର ପ୍ରକୃତ କ୍ରୁ ମଡ୍ୟୁଲ ସହିତ ସମାନ ରହିବ ।ଏହି ୪ହଜାର ୫୨୦ କିଲୋଗ୍ରାମର କ୍ରୁ ମଡ୍ୟୁଲଟି ତଳକୁ ଖସିବା ବେଳେ ୧୦ଟି ପାରାଚୁଟ୍ ସାହାଯ୍ୟରେ ଏହାର ବେଗ ହ୍ରାସ କରାଯିବ । ଯୋଜନା ମୁତାବକ ସବୁକିଛି ଠିକ୍ ଚାଲିଲେ, ଏହି ମାନବ କ୍ରୁ ମଡ୍ୟୁଲଟି ଶ୍ରୀହରିକୋଟ୍ଟା ଠାରୁ ୧୦ କିଲୋମିଟର ଦୂରରେ ସୁରକ୍ଷିତ ଭାବେ ଖସି ସମୁଦ୍ରରେ ଭାସିବ । ସେଠାରେ ପୂର୍ବରୁ ଜାହାଜରେ ମୁତୟନ ଥିବା ଭାରତୀୟ ନୌସେନା ଯବାନ କ୍ରୁ ମଡ୍ୟୁଲଟିକୁ କ୍ରେନ୍ ସହାୟତାରେ ଉଦ୍ଧାର କରି ତଟକୁ ଆଣିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା