Masthead

ସ୍ୱାସ୍ଥ୍ୟସେବା ଠାରୁ ଦୂରେଇ ଯାଉଛି ବନ୍ତ ଡାକ୍ତରଖାନା

ବନ୍ତ(ବଡ଼ ଖବର ବ୍ୟୁରୋ): ବନ୍ତ ଅଞ୍ଚଳରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଥଣ୍ଡା କାଶ ହେଲେ ପ୍ରାଥମିକ ଚିକିତ୍ସା ପାଇଁ ଲୋକେ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ହେଲେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ଷ ବର୍ଷ ଧରି ଡାକ୍ତର ପଦ ଖାଲି ପଡ଼ିଛି, ଆୟୁଷ ଡାକ୍ତରଙ୍କ ସହ ଫାର୍ମାସିଷ୍ଟଙ୍କ ଦ୍ଵାରା ଏଠାରେ କାର୍ୟ୍ୟ ସମ୍ପାଦିତ ହେଉଛି । ସାମାନ୍ୟ ଜ୍ଵର ହେଲେ ଭଦ୍ରକ ଯିବାକୁ ବାଧ୍ୟ ହେଉଛନ୍ତି ରୋଗୀମାନେ ।

ଏହି ଡାକ୍ତରଖାନାର ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜା ହୋଇଯାଇଛି । କିଛି ବର୍ଷ ବିତିଯାଇଥିଲେ ମଧ୍ୟ କେବେ ଏହାର ଶୁଭାରମ୍ଭ ହେବ ସୂଚନା ମିଳୁନି। ରୋଗୀସେବା ଚାଲିଛି ସେଇ ପୁରୁଣା ପରିତ୍ୟକ୍ତ ସଙ୍କୁଚିତ କଳେବର ମଧ୍ୟରେ। ଡାକ୍ତରଖାନାରେ ଘର ଅଭାବ ସାଙ୍ଗକୁ ଡାକ୍ତରଙ୍କ ଅଭାବ ରୋଗୀସେବାରେ ସାଜିଛି ପ୍ରତିବନ୍ଧକ। ଏଠାରେ ଦୁଇଜଣ ଏଲୋପ୍ୟାଥିକ୍ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ଚିକିତ୍ସା ଚାଲୁଛି କେବଳ ଫାର୍ମାସିଷ୍ଟ ଓ ନର୍ସଙ୍କ ଦ୍ଵାରା।

ରାଜନୈତକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତାରୁ ଏ ପର୍ୟ୍ୟନ୍ତ ଏଠାରେ ରୋଗୀଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ ହୋଇପାରୁ ନାହିଁ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୧୨ରୁ ଉଦ୍ଧ୍ୱର୍ ପଞ୍ଚାୟତ ସହ ପ୍ରାୟ ୫୦ ହଜାର ଲୋକ ଏହା ନିର୍ଭର କରନ୍ତି। ବର୍ତ୍ତମାନ ଗ୍ରାମାଞ୍ଚଳରେ କରୋନା କାୟା ବିସ୍ତାର କରୁଥିବା ବେଳେ ଏହି ଡାକ୍ତରଖାନାରେ ଜଣେ ସ୍ଥାୟୀ ଡାକ୍ତରଙ୍କୁ ନିଯୁକ୍ତି, ଆବଶ୍ୟକ ଔଷଧ ଯୋଗାଇ ଦେବା ପାଇଁ ସର୍ବସାଧରଣରେ ଦାବୀ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ