ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭି.କେ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ । ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ହେଲେ ଭି.କେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ । ଗତକାଲି ନେଇଥିଲେ ଭିଆରଏସ, ଆଜି ନିଯୁକ୍ତି। ଗତ ୨୦ ତାରିଖରେ ସେ କେନ୍ଦ୍ରକୁ ସ୍ୱେଚ୍ଛାକୃତ ଅବସରପାଇଁ ଆବେଦନ କରିଥିଲେ । ସର୍ବଭାରତୀୟ ସେବା ଆଇନ 16(2A) ଅନୁସାରେ ମଂଜୁର ହୋଇଥିବା ଜଣାଯାଇଛି ।