Masthead

ଓଡ଼ିଶା ମ୍ୟୁନିସିପାଲିଟି ଆଇନରେ ସଂଶୋଧନ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ସଂଶୋଧିତ ହୋଇଛି ଓଡ଼ିଶା ମ୍ୟୁନିସିପାଲିଟି ଆଇନ। ବ୍ୟବସ୍ଥାର ସରଳୀକରଣ ପାଇଁ ସମୟ ସମୟରେ ଏହି ଆଇନର ସଂଶୋଧନ କରାଯାଇଛି। ଏହି ସଂଶୋଧନ ମାଧ୍ୟମରେ ମୁଖ୍ୟତଃ ତିନୋଟି ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ସାଧନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ହେଉଛି ବସ୍ତିବାସିନ୍ଦାଙ୍କ ଜୀବନଧାରଣ ମାନ ବୃଦ୍ଧି ପାଇଁ ବସ୍ତିଗୁଡ଼ିକରେ ମୌଳିକ ସେବାର ବିକାଶ। ଓଡ଼ିଶାରେ ସହରାଞ୍ଚଳର ମୋଟ ଜନସଂଖ୍ୟାର ୨୫% ବସ୍ତିରେ ରୁହନ୍ତି। ମୌଳିକ ସେବା ଓ ଭିତ୍ତିଭୂମି ବିକାଶ ବିନା ବସ୍ତିବାସିନ୍ଦାଙ୍କୁ ବିକାଶର ମୁଖ୍ୟ ସ୍ରୋତକୁ ଆଣିବା ଅସମ୍ଭବ। ବସ୍ତିର ବିକାଶ ରାଜ୍ୟର ଏକ ପ୍ରମୁଖ ପ୍ରାଥମିକତା। ଏହି ସଂଶୋଧନ ମାଧ୍ୟମରେ ବିକାଶ କାର୍ୟ୍ୟକୁ ଆଗକୁ ନେବା ପାଇଁ ପୌରାଞ୍ଚଳଗୁଡ଼ିକରେ ଉନ୍ନୟନ ମୂଳକ କାର୍ୟ୍ୟ ପାଇଁ ବାର୍ଷିକ ପୁଞ୍ଜି ବ୍ୟୟର ଅତି କମରେ ୨୫% ଖର୍ଚ୍ଚ କରିବାର ବ୍ୟବସ୍ଥା କରାଯାଇଛି। ଦ୍ୱିତୀୟରେ ରାଜ୍ୟରେ ବିଭିନ୍ନ ପ୍ରକାରର ବାଣିଜ୍ୟ ପାଇଁ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସହଜ କରାଯାଇଛି। ୫ଟି ମାଧ୍ୟମରେ ବାଣିଜ୍ୟ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସରଳ କରାଯାଇଥିଲା। ଏହି ସଂଶୋଧନ ମାଧ୍ୟମରେ, ଯେଉଁ ଦିନ ଲାଇସେନ୍ସ ପାଇଁ ଆବେଦନପତ୍ର ଦାଖଲ କରିବେ ସେହିଦିନ ଆବେଦନକାରୀଙ୍କୁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରାଯିବ। ଏହି ଅସ୍ଥାୟୀ ଲାଇସେନ୍ସ ଅବଧି ୩ ମାସ ରହିବ। କମିଶନରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଡେପୁଟି କମିଶନର, ଅସ୍ଥାୟୀ ଲାଇସେନ୍ସର ଅବଧି ଶେଷ ହେବା ପୂର୍ବରୁ ବାଣିଜ୍ୟ ଲାଇସେନ୍ସ ପ୍ରଦାନ କିମ୍ବା ପ୍ରତ୍ୟାଖାନ କରିବାର ବ୍ୟବସ୍ଥା ରଖାଯାଇଛି। ଜାରି ହୋଇଥିବା ବାଣିଜ୍ୟ ଲାଇସେନ୍ସ ୫ବର୍ଷ ପର୍ୟ୍ୟନ୍ତ ନବୀକରଣ କରିବାର ଆବଶ୍ୟକ ନାହିଁ। ସେହିଭଳି ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାର ଦକ୍ଷତା ବୃଦ୍ଧି କରିବା ଏବଂ ଅନ୍ୟାନ୍ୟ ଶିଳ୍ପ ନିମନ୍ତେ ଉଦ୍ଦିଷ୍ଟ ନିୟମ ସମ୍ଫର୍କିତ ଦ୍ୱନ୍ଦ୍ୱକୁ ଏଡ଼ାଇବା ପାଇଁ ସଂଶୋଧନ ମାଧ୍ୟମରେ ଇଣ୍ଡଷ୍ଟ୍ରିଜ୍ ଏବଂ କାରଖାନା, ଶିରୋନାମାକୁ ପରିବର୍ତ୍ତନ କରାଯାଇ ବାଣିଜ୍ୟ କିମ୍ବା ବ୍ୟବସାୟ ଲାଇସେନ୍ସ ରଖାଯାଇଛି। ତୃତୀୟରେ ଏହି ସଂଶୋଧନ ମାଧ୍ୟମରେ କିଛି ପୁରାତନ ବ୍ୟବସ୍ଥା ଯାହା ବର୍ତ୍ତମାନ ପ୍ରାସଙ୍ଗିକ ନୁହେଁ, ସେଗୁଡ଼ିକୁ ବିଲୋପ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କମିଲା ଶୀତ, ବଢିବ ରାତି ତାପମାତ୍ରା 🔴 ଜଗତସିଂହପୁରରେ ଘରୋଇ ବସ୍ ଚଳାଚଳ ସ୍ବାଭାବିକ 🔴 ରାତି ଅଧରେ ବୁଲିଲା ଖଣ୍ଡା 🔴 କାର ଅଟୋ ମୁହା-ମୁହିଁ ଅଟୋ, ଚାଳକ ଜୀବନ୍ତ ଦଗ୍ଧ 🔴 ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା 🔴 ଆଜିଠୁ କମିବ ଶୀତ 🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ 🔴 କମିଲା ଶୀତ, ବଢିବ ରାତି ତାପମାତ୍ରା 🔴 ଜଗତସିଂହପୁରରେ ଘରୋଇ ବସ୍ ଚଳାଚଳ ସ୍ବାଭାବିକ 🔴 ରାତି ଅଧରେ ବୁଲିଲା ଖଣ୍ଡା 🔴 କାର ଅଟୋ ମୁହା-ମୁହିଁ ଅଟୋ, ଚାଳକ ଜୀବନ୍ତ ଦଗ୍ଧ 🔴 ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା 🔴 ଆଜିଠୁ କମିବ ଶୀତ 🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ