Masthead

ଯୁଦ୍ଧାସ୍ତ୍ର ପହଂଚିବା ପରେ ପୁଣିଥରେ ଆକ୍ରମଣ କରିପାରେ ଇସ୍ରାଏଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ସେନା ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ଥିବାବେଳେ ଏହା ପୂର୍ବରୁ ଗାଜାରେ ସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି। ଜାତିସଂଘ ସୁରକ୍ଷା ପରିଷଦରେ ଇସ୍ରାଏଲ-ଗାଜା ବିବାଦ ନେଇ ଆଲୋଚନା ସମୟରେ ଭାରତ ମଧ୍ୟ ଗାଜାରେ ବିପର୍ଯ୍ୟୟ ସ୍ଥିତି ପାଇଁ ଚିନ୍ତା ପ୍ରକଟ କରିଛି। ଆଉ ଏବେ ଗାଜାରେ ସାମୟିକ ପାଇଁ ଗ୍ରାଉଣ୍ଡ ଅପରେସନ ବନ୍ଦ କଲା ଇସ୍ରାଏଲ ।

ଆମେରିକାର ପରାମର୍ଶ ପରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ସ୍ଥଗିତ ରଖିଥିବା ସୂଚନା ରହିଛି । ଏ ନେଇ ଆମେରିକାର ଗଣମାଧ୍ୟମ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲରେ ଖବର ପ୍ରକାଶ ପାଇଛି । ଯୁଦ୍ଧର ୨୦ ଦିନରେ ଏହି ପରି ଏକ ନିଷ୍ପତି ନେଇଛି ଇସ୍ରାଏଲ । ଯୁଦ୍ଧରେ ଆମେରିକା ଇସ୍ରାଏଲକୁ ସମର୍ଥନ କରୁଛି । ହମାସକୁ ଇରାନ, ରୁଷ ସମେତ ଅନେକ ଦେଶ ସମର୍ଥନ କରୁଛି । ଏପରି ସ୍ଥିତିରେ ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ମଧ୍ୟ ପଠାଉଛି ଆମେରିକା । ଇସ୍ରାଏଲରେ ଆମେରିକାର ଯୁଦ୍ଧାସ୍ତ୍ର ପହଂଚିବା ପରେ ପୁଣିଥରେ ଆକ୍ରମଣ କରିପାରେ ।

ସେପଟେ ମଙ୍ଗଳବାର ଦିନ ଇସ୍ରାଏଲ ଗାଜା ଉପରେ ଦିନକରେ ୪୦୦ ଥର ବିମାନ ଆକ୍ରମଣ କରିଛି। ହମାସ ଇସ୍ରାଏଲ ଉପରେ ରକେଟ୍‌ ମାଡ଼ ପାଇଁ ପ୍ରସ୍ତୁତ ହୋଇଥିବା ଜାଣିବାପରେ ଇସ୍ରାଏଲ ୪୦୦ ଥର ବିମାନ ଆକ୍ରମଣ କରିଥିବା କହିଛି। ଏହାର ପୂର୍ବଦିନ ମଧ୍ୟ ଇସ୍ରାଏଲ ୩୨୦ ଥର ବିମାନ ଆକ୍ରମଣ କରିଥିଲା। ତେବେ ଯୁଦ୍ଧର ପରିଣତି ସ୍ବରୂପ ଗାଜାରେ ୨.୩ ନିୟୁତ ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପାଣି ନାହିଁ କି ଔଷଧ ମଧ୍ୟ ନାହିଁ। ହମାସ ନେତୃତ୍ବାଧୀନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ୫,୭୯୧ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୬, ୨୯୭ ଜଣ ଆହତ ହୋଇଛନ୍ତି। ୱେଷ୍ଟ ବ୍ୟାଙ୍କ୍‌ରେ ୯୬ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୬୫୦ ଜଣ ଆହତ ହୋଇଛନ୍ତି ବୋଲି ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!