Masthead

ଝାରସୁଗୁଡ଼ା ଉପନିର୍ବାଚନ, ଜମୁଛି ପ୍ରଚାର ମଇଦାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ । ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ଝାରସୁଗୁଡ଼ା ଜିତିବା ପାଇଁ ସବୁ ଦଳ ଅଣ୍ଟା ଭିଡିଛନ୍ତି । ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନିଂ କରୁଛନ୍ତି ଷ୍ଟାର ପ୍ରଚାରକ । ବିଜେପି ଝାରସୁଗୁଡା ମୁନିସିପାଲଟିର ବେହେରାମଲ ୯ନଂ ୱାର୍ଡରେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିଛି । ବିଜେପି ର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୁତି ପଟ୍ଟନାୟକ ଦଳୀୟ କର୍ମୀଙ୍କ ସହ ଆଜି ପ୍ରଚାର ଚଳାଇଛନ୍ତି। ସକାଳୁ ପ୍ରଥମେ ବେହେରାମଲ ସ୍ଥିତ ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆଜିର ପ୍ରଚାର ଆରମ୍ଭ କରିଛନ୍ତି।

୨୫ ବର୍ଷର ଅହଙ୍କାରୀ ବିଜେଡି ସରକାର ଶାସନ ରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ଯାଇଛନ୍ତି ତେଣୁ ଏଥର ଝାରସୁଗୁଡାରେ ବିଜେପିକୁ ସମସ୍ତେ ଭୋଟ ଦେବେ ବୋଲି ପ୍ରଚାର ସମୟରେ ସମୀର ମହାନ୍ତି କହିଛନ୍ତି । ଗୋଟିଏ ପଟେ ବିଜେଡି ମହିଳା କର୍ମୀ ସମ୍ମିଳନୀ କରୁଥିବା ବେଳେ ଅନ୍ୟପଟେ ମହିଳା ଭୋଟରକୁ ହାତେଇବା ପାଇଁ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ ଘରକୁ ଘର ବୁଲି ଡୋର ଟୁ ଡୋର ପ୍ରଚାର କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ