Masthead

ଜମ୍ମୁ-କାଶ୍ମୀର ପୋଲିସ ଡିଜି ଦାୟିତ୍ୱରେ ଓଡ଼ିଆ ପୁଅ ରଶ୍ମିରଞ୍ଜନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜମ୍ମୁ-କାଶ୍ମୀର ପୋଲିସ ଡିଜି ଦାୟିତ୍ୱରେ ଓଡ଼ିଆ ପୁଅ । ପୁଣି ରାଜ୍ୟ ପାଇଁ ଗର୍ବ ଆଣିଲେ ଆଉ ଜଣେ ଓଡ଼ିଆ । ରଶ୍ମିରଞ୍ଜନ ସ୍ୱାଇଁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ ରଶ୍ମିରଞ୍ଜନ ନଭେମ୍ବର ୧ ତାରିଖରୁ ଜମ୍ମୁ-କଶ୍ମୀର ପୁଲିସ ଡିଜି ଭାବ କାର୍ୟ୍ୟ କରିବେ । ସେ ଦିଲବାଗ ସିଂଙ୍କ ସ୍ଥାନ ନେବେ । ଦିଲବାଗ ୫ ବର୍ଷ ଧରି ଜମ୍ମୁ-କଶ୍ମୀରର ପୋଲିସ ମୁଖ୍ୟ ଦାୟିତ୍ୱରେ ଥିଲେ । ଆସନ୍ତା ୩୧ ତାରିଖରେ ତାଙ୍କର କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି । ଜାତୀୟ ପୁଲିସ ଏକାଡେମୀରେ ପ୍ରଶିକ୍ଷଣ ନେବା ପରେ ସେ ଶ୍ରେଷ୍ଠ କ୍ୟାଡେଟ ପୋଲିସ ଅଧିକାରୀ ହେବାର ଗୌରବ ଅର୍ଜନ କରିଛନ୍ତି । ୨୦୦୧ରୁ ୨୦୦୩ ପର୍ୟ୍ୟନ୍ତ ଶ୍ରୀନଗରର ଏସଏସପି, ୨୦୦୩ରୁ ୨୦୦୪ ପର୍ୟ୍ୟନ୍ତ ଜମ୍ମୁର ଏସଏସପି ଭାବେ କାର୍ୟ୍ୟ କରିଥିଲେ । ସେ ଲେହ, ପୁଂଚ ଓ ରାମବାନର ମଧ୍ୟ ଏସଏସପି ଭାବେ କାର୍ୟ୍ୟ କରିଛନ୍ତି । ୨୦୦୪ରୁ ୨୦୦୬ ପର୍ୟ୍ୟନ୍ତ ସେ ଜମ୍ମ-କଶ୍ମୀରର ଭିଜିଲାନ୍ସ ଡିଆଇଜି ଦାୟିତ୍ୱ ତୁଲାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ