Masthead

ମାନୁ ନାହାନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ହାଇକୋର୍ଟଙ୍କ ରହିତାଦେଶ ସତ୍ତ୍ଵେ ଦେଉଳି ଭବନ ଚାବି ହସ୍ତାନ୍ତର। ସରପଞ୍ଚଙ୍କ ସମେତ ସ୍ଥାନୀୟ ଲୋକଙ୍କ ବିରୋଧ। ଧର୍ମଶାଳା ବ୍ଲକ୍ କୁମାରୀ ପଞ୍ଚାୟତରେ ଥିବା ଦେଉଳି ଭବନକୁ ନେଇ ଏବେ ପ୍ରଶାସନ ଓ ପୂର୍ବ ଲିଜଧାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ପୂର୍ବ ଲିଜଧାରୀ ପ୍ରଶାସନକୁ କାଠଗଡ଼ାକୁ ଟାଣିଥିବା ବେଳେ ପ୍ରଶାସନ ପୂର୍ବ ଲିଜ ବାତିଲ କରି ଏକ ସଂଘକୁ ପୁନର୍ବାର ଲିଜ ଦେଇ ଏବେ ବିରୋଧର ସମ୍ମୁଖୀନ ହୋଇଛି।

ହାଇକୋର୍ଟଙ୍କ ରହିତାଦେଶ ଥିବା ସତ୍ତ୍ବେ କେମିତି ଏକ ସ୍ଵୟଂ ସହାୟକ ଗୋଷ୍ଠୀକୁ ଭବନ ହସ୍ତାନ୍ତର କଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଦେଉଳି ଭବନକୁ ଜୁନ୍ ୨ ତାରିଖରେ ସର୍ବାଧିକ ୧ଲକ୍ଷ ୧୮ ହଜାର ଟଙ୍କା ମୂଲ୍ୟରେ ରାଜେଶ ପାଳ ନିଲାମ ନେଇ ଟଙ୍କା ଦାଖଲ କରି ରସିଦ ପାଇଥିଲେ ମଧ୍ୟ ଚାବି ପାଇ ନଥିଲେ। ଯାହାକୁ ନେଇ ରାଜେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜୁଲାଇ ୭ ତାରିଖରେ ଲିଜ ଉପରେ କୋର୍ଟ ରହିତାଦେଶ ଜାରି କରି ୧୫ ଦିନ ମଧ୍ୟରେ ଚାବି ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଥିଲେ ବୋଲି ରାଜେଶ କହିଛନ୍ତି ।

କିନ୍ତୁ ପ୍ରଶାସନ କୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରି ଏକ ସଂଘକୁ ଅନୁକମ୍ପା ଦେଖାଇ ଥିବା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି। ପଂଚାୟତର ସରପଞ୍ଚ ପ୍ରତିନିଧି ମଧ୍ୟ ସମାନ ଅଭିଯୋଗ କରି ପ୍ରଶାସନ କାହା ଚାପରେ ଏଭଳି ପଦକ୍ଷେପ ନେଇଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ