Masthead

ଛାତ୍ରନେତାରୁ ରାଜ୍ୟପାଳ, କେମିତି ଥିଲା ରାଜ୍ୟପାଳ ରଘୁବର ଦାସଙ୍କ ଯାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପାଇଲା ନୂଆ ରାଜ୍ୟପାଳ । ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ରଘୁବର ଦାସ । ହାଇକୋର୍ଟ ମୁଖ୍ୟ ବିଚାରପତି ରାଜଭବନରେ ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି, ମନ୍ତ୍ରୀ, ସାଂସଦ, ବିଧାୟକ ଉପସ୍ଥିତ ରହିଥିଲେ । ଝାଡ଼ଖଣ୍ଡରୁ ଶହେରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଅତିଥୀ ଯୋଗ ଦେଇଥିଲେ । ଏହାସହ ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ୧୯୫୪ ମସିହାରେ ଜାମସେଦପୁରରେ ଶ୍ରମିକ ପରିବାରରେ ଜନ୍ମଗ୍ରହଣ କରିଥିଲେ ରଘୁବର । କଲେଜ ସମୟରୁ ହିଁ ରାଜନୀତି ପ୍ରତି ରୁଚି ରଖିଥିଲେ । ଜୟପ୍ରକାଶ ନାରାୟଣଙ୍କ ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ ।

୧୯୭୭ ମସିହାରେ ରାଜନୀତିରେ ପାଦ ଦେଇଥିଲେ ଏବଂ ଜନତା ଦଳରେ ସାମିଲ ହୋଇଥିଲେ ରଘୁବର ଦାସ । ପରେ ସେ ୧୯୮୦ ମସିହାରେ ବିଜେପିରେ ଯୋଗ ଦେଇଥିଲେ । ପୂର୍ବରୁ ବିଜେପିର ବୁଥସ୍ତରର କାର୍ଯ୍ୟକର୍ତ୍ତା, ମଣ୍ଡଳସ୍ତରୀୟ ଅଧ୍ୟକ୍ଷ, ଦୁଇ ଦୁଇ ଥର ଝାଡ଼ଖଣ୍ଡ ପ୍ରଦେଶ ବିଜେପିର ଅଧ୍ୟକ୍ଷ ଓ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାମ କରିଛନ୍ତି । ପ୍ରଥମ ଥର ୧୯୯୫ରେ ଅବିଭାଜିତ ବିହାର ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ । ଜାମସେଦପୁର ଇଷ୍ଟ ଆସନରୁ ବିଜୟୀ ମଧ୍ୟ ହୋଇଥିଲେ । ୧୯୯୫, ୨୦୦୦, ୨୦୦୫, ୨୦୦୯ ଓ ୨୦୧୪ରେ ଲଗାତାର ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ବର୍ତ୍ତମାନର ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ।

ଝାଡଖଣ୍ଡ ଗଠନ ପରେ ବାବୁଲାଲ ମାରାଣ୍ଡି ସରକାରରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ । ଅର୍ଜୁନ ମୁଣ୍ଡା ସରକାରରେ ମଧ୍ୟ ଦୁଇ ଦୁଇ ଥର ଅର୍ଥ, ଶ୍ରମ ଓ ସହରାଞ୍ଚଳ ବିକାଶ ଭଳି ବିଭାଗର ମନ୍ତ୍ରୀ ପଦରେ ରହିଥିଲେ । ପରେ ଝାଡ଼ଖଣ୍ଡ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୪ରୁ ୨୦୧୯ ଯାଏଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଆସନରେ ରହିଥିଲେ ରଘୁବର ଦାସ । ରାଜନୀତିରେ ପାଦ ଦେବା ପୂର୍ବରୁ ଟାଟା କମ୍ପାନୀରୁ ଚାକିରି କରିଥିଲେ ରଘୁବର । ବିଜେପିର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେ କାମ କରିଛନ୍ତି । ଆଉ ଏବେ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ