Masthead

ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣରେ ଦେଖିବାକୁ ମିଳିଲା ପ୍ରଦୀପଙ୍କ ପତିଆରା, ଆଗକୁ ହେବ କି ଆଉ ଏକ ସମୀକରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶପଥ ନେଲେ ନୂଆ ରାଜ୍ୟପାଳ ରଘୁବର । ଶପଥ ଗ୍ରହଣ ସମାରୋହରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏକାଠି ହୋଇଥିଲେ । ରାଜଭବନରେ ଭବ୍ୟ ସମାରୋହ ହେଲା । ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥପାଠ କରାଇଲେ । ମଞ୍ଚରେ ରାଜ୍ୟପାଳ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ମଞ୍ଚ ତଳେ ଅନେକ ଲୋକ ଥିଲେ । ତେବେ ସବୁଠୁ ବେଶର ଚର୍ଚ୍ଚାରେ ଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେଡିରୁ ବିଦା ହେବା ପରେ ପ୍ରଦୀପ ଏବେ ବିଧାନସଭାର ଜଣେ ସ୍ୱାଧୀନ ବିଧାୟକ ।

ସେ ପୂର୍ବତନ ମନ୍ତ୍ରୀ ହୋଇପାରନ୍ତି, ଏବେ କିନ୍ତୁ କେବଳ ବିଧାୟକ । ଏହା ସତ୍ୱେ ପ୍ରଦୀପଙ୍କୁ ଆଜି ଯେଉଁ ଜାଗାରେ ଦେଖିବାକୁ ମିଳିଲା ସେଥିରୁ ବୁଝାପଡ଼ିଲା ଯେ ରାଜଭବନ ପକ୍ଷରୁ ତାଙ୍କୁ ଖୁବ୍ ଗୁରୁତ୍ୱ ମିଳିଛି । ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ସହ ଆଗ ଧାଡ଼ିରେ ଉପସ୍ଥିତ ଥିଲେ । ଦେଖନ୍ତୁ ଏ ଦୃଶ୍ୟକୁ । ଗୋଟେ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୋଟେ ପଟେ ବାଚସ୍ପତି ପ୍ରମିଳା ମଲ୍ଲିକ । ଅନେକ ବିଧାୟକ ପଛ ଧାଡ଼ିରେ ଥିଲାବେଳେ ପ୍ରଦୀପ କିନ୍ତୁ ଥିଲେ ଆଗ ଧାଡ଼ିରେ । ପୁଣି ଧର୍ମେନ୍ଦ୍ର ପ୍ରମିଳାଙ୍କ ପାଖାପାଖି । ଏଥିରୁ କ’ଣ ବୁଝା ପଡୁଛି । ଏହା ବୁଝିବା କି ପ୍ରଦୀପକୁ ନେଇ ନୂଆ ରାଜନୈତିକ ସମୀକରଣ ତିଆରି ହେଉଛି । ଏହା ବୁଝିବା କି ପ୍ରଦୀପ ଖୁବଶୀଘ୍ର ବିଜେପିକୁ ଯାଇପାରନ୍ତି । ଏହା ବୁଝିବାକି ପ୍ରଦୀପକୁ ଧର୍ମେନ୍ଦ୍ର ଖୁବ୍ ଗୁରୁତ୍ୱ ଦେଉଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ