Masthead

କଳା ଧନକୁ ଧଳା କରାଯାଉଛି କି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟ ଆଗରେ ଇଓଡବ୍ଲୁ ଟିମ୍ । ନୋଟ୍ ବଦଳାଇବା ପାଇଁ ଧାଡ଼ିରେ ଥିବା ଲୋକଙ୍କୁ ପଚରାଉଚରା । ଲୋକଙ୍କୁ ପଚରାଉଚରା କରୁଛନ୍ତି ୨ ଜଣିଆ ଇଓଡବ୍ଲ୍ୟୁ ଟିମ୍‌ । ୨ ହଜାର ଟଙ୍କା ନୋଟ ବଦଳାଇବାକୁ ଆରବିଆଇ ସାମ୍ନାରେ ଭିଡ ଲାଗିବା ପରେ ଏବେ ଏହାକୁ ନେଇ ତନାଘନା ଆରମ୍ଭ କରିଛି ଇଓଡବ୍ଲୁ । ଟଙ୍କା ବଦଳାଇବାକୁ କିଛି ଦଲାଲ ଦିନ ମଜୁରିଆଙ୍କୁ ଛିଡା କରାଉଥିବାର ଖବର ସାମ୍ନାକୁ ଆସିବା ପରେ ଇଓଡବ୍ଲୁ ଟଙ୍କା ବଦଳାଇବାକୁ ଆରବିଆଇ ସାମ୍ନାରେ ଛିଡା ହୋଇଥିବା ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛି ।

ଟଙ୍କା କାହାର, କେଉଁଠୁ ଆସିଲା, ଏତେ ଦିନ ହେବ କାହିଁକି ଟଙ୍କା ବଦଳାଇନଥିଲେ, ଏ ଟଙ୍କା ବଦଳାଇବାକୁ ଅନ୍ୟ କେହି ଦେଇଛନ୍ତି କି? ଟଙ୍କା ବଦଳାଇବାକୁ କିଛି ପାରିଶ୍ରମିକ ମିଳୁଛି ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କୁ ପଚାରୁଛି ଇଓଡବ୍ଲୁର ୨ ଜଣିଆ । ସନ୍ଦେହ ହେଉଥିବା ବ୍ୟକ୍ତିଙ୍କ ନାଁ ଠିକଣା ମଧ୍ୟ ଇଓଡବ୍ଲୁ ସଂଗ୍ରହ କରୁଥିବା ସୂଚନା ମିଳୁଛି । ସେମାନଙ୍କର ଆଧାରକାର୍ଡ ନମ୍ବହ ସହ ଫଟୋ ଉଠାଇ ନେଉଥିବା ଦେଖିବାକୁ ମିଳୁଛି । ହଠାତ୍ ଏତେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ କାହିଁକି ଭିଡ ଲାଗିଲା ତାହାକୁ ନେଇ ସନ୍ଦେହ ଉପୁଜିଥିଲା । ସନ୍ଦେହ କରାଯାଉଛି ଯେ, ପୋଲିସ ନଜରରୁ ବଂଚିବା ପାଇଁ କଳା ଟଙ୍କାକୁ ଧଳା କରିବା ଉଦ୍ଦେଶ୍ୟରେ କିଛି ଦଲାଲଙ୍କୁ ନିୟୋଜିତ କରିଛନ୍ତି ଧନୀ ଶ୍ରେଣୀର ଲୋକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ