Before Header

ଜୀବନ ସହ ସଂଗ୍ରାମ କରୁଛନ୍ତି ମେଧାବୀ ଆଶିଷ

0 37

ଯାଜପୁର(ବଡ଼ ଖବର ବ୍ୟୁରୋ): ଦିନେ ସେ ଖେଳୁଥିଲା । ସାଙ୍ଗସାଥୀଙ୍କ ସହ ସ୍କୁଲ୍ ଯାଉଥିଲା । ସାଇକେଲ ଚଲାଉଥିଲା । କିନ୍ତୁ ଆଜି ସେ ବସିରହୁଛି ନିଜ ଘର ବାରଣ୍ଡାରେ। ସ୍କୁଲ ଯିବାକୁ ବହୁତ ଇଚ୍ଛା, କିନ୍ତୁ ରୋଗ ତାକୁ ବାଟ ଓଗାଳୁଛି। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ବାଛଳ ଗ୍ରାମପଞ୍ଚାୟତ ଦାଣ୍ଡିସାହି ଗ୍ରାମର ଅଜୟ ଜେନାଙ୍କ ପୁଅ ଆଶିଷ ଜେନା । ଗାଁ ସ୍କୁଲରେ ନବମ ଶ୍ରେଣୀର ଛାତ୍ର । ହଠାତ୍ ତିନିମାସ ତଳେ ତା’ ଦେହ ଖରାପ ହେଲା । ବାପା ତାକୁ ମେଡିକାଲ ନେଲେ । ଆଉ ଜଣାପଡ଼ିଲା ଆଶିଷ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ । ଏକମାତ୍ର ପୁଅର ରୋଗ କଥା ଶୁଣି ବାପା ଅଜୟ ଜେନା ପୂରା ଭାଙ୍ଗିପଡ଼ିଲେ । କାହିଁକି ନା ଅଜୟ ଜଣେ ଦିନମଜୁରିଆ ।

କେଉଁଠୁ ଏତେ ପଇସା ଆଣିବେ ଯେ ପୁଅର ଟ୍ରିଟମେଣ୍ଟ କରିବେ । ବିଜୁ ସ୍ମାର୍ଟକାର୍ଡରେ ଟ୍ରିଟମେଣ୍ଟ ହୋଉଛି ସତ, କିନ୍ତୁ ଡାକ୍ତର କହୁଛନ୍ତି କଟକରେ ଟ୍ରିଟମେଣ୍ଟ କରିବା ପାଇଁ । ଅଜୟ ଖଟିଲେ ଚାରିପ୍ରାଣୀ କୁଟୁମ୍ବ ମୁହଁର ଆହାର ଦେବେ । ଏତେ ପଇସା କୋଉଠୁ ଆଣିବେ, ପୁଅର ଟ୍ରିଟମେଣ୍ଟରେ ଖର୍ଚ୍ଚ କରିବେ। ସରକାର ଚାହିଁଲେ ଆଶିଷ ଭଲ ହେଇପାରିବ। ସେପଟେ ଆଶିଷ କହୁଛି ମୋର ଭାରି ଇଚ୍ଛା ହୋଉଛି ସାଙ୍ଗସାଥୀଙ୍କ ସହ ସ୍କୁଲ୍ ଯିବାକୁ । ପାଠ ପଢ଼ିବାକୁ । ସରକାର ଯଦି ଚାହିଁବେ, ତା’ହେଲେ ପୁଣି ସେ ସ୍କୁଲ୍ ଯିବେ । ଆଉ ସାଙ୍ଗସାଥୀଙ୍କ ପାଠ ପଢିପାରିବେ । ସେପଟେ ଆଶିଷର ମାଆ କହିଛନ୍ତି, କେଉଁଠୁ ଏତେ ପଇସା ଆଣିବୁ, ଘର ଭଢ଼ା ନେଇ କଟକରେ ରହି ପୁଅକୁ ଟ୍ରିଟମେଣ୍ଟ କରିବୁ?

ଯଦି ସରକାର ଚାହିଁବେ, ତା’ହେଲେ ଆମେ ଟ୍ରିଟମେଣ୍ଟ କରିପାରିବୁ । ଆଶିଷ ପଢୁଥିବା ସ୍କୁଲ୍ର ପ୍ରଧାନଶିକ୍ଷକଙ୍କ କହିବା କଥା, ଆଶିଷ ଜଣେ ମେଧାବୀ ଛାତ୍ର । ଆଉ ତା’ର ବ୍ୟବହାର ମଧ୍ୟ ଅତି ଉତ୍ତମ । ତା’ର ରକ୍ତକର୍କଟ ରୋଗ ପାଇଁ ନବମ ଶ୍ରେଣୀ ପରୀକ୍ଷା ଦେଇ ପାରିଲା ନାହିଁ । ତାକୁ ସ୍କୁଲ୍ ତରଫରୁ କିଛି ସାହାଯ୍ୟର ହାତ ବଢ଼ାଯାଇଛି । କିନ୍ତୁ ତାହା ସମୁଦ୍ରକୁ ଶଂଖେ । ଯଦି ସରକାର ସାହାଯ୍ୟ ଆଉ ସହଯୋଗର ହାତ ବଢ଼ାଇବେ ତା’ହେଲେ ସେ ସମ୍ପୂର୍ଣ୍ଣ ଭଲ ହୋଇଯିବ।

ଆଇନ ଅନୁସାରେ ସମସ୍ତ ସହଯୋଗ ଜ଼ିଲ୍ଲା ପ୍ରଶାସନ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଜ଼ିଲ୍ଲାପାଳ କହିଛନ୍ତି । ଯଦି ସରକାର ଓ କିଛି ସହୃଦୟ ବ୍ୟକ୍ତି ଆଶିଷ ଜେନାକୁ ସାହାଯ୍ୟ ଓ ସହଯୋଗ କରିବାକୁ ଚାହାଁନ୍ତି ତେବେ ନିମ୍ନ ଠିକଣାରେ ସାହାଯ୍ୟ କରିପାରିବେ। ଆଶିଷ ଜେନା,ପିତା – ଅଜୟ କୁମାର ଜେନା, ଗ୍ରାମ – ଦାଣ୍ଡିସାହି, ଗ୍ରାମପଞ୍ଚାୟତ- ବାଛଳ, ବ୍ଲକ- ବିଂଝାରପୁର, ଜିଲ୍ଲା-ଯାଜପୁର ପିନ୍ – ୭୫୫୦୧୨
ଆକାଉଣ୍ଟ୍ ନମ୍ବର -452302010088990(Union Bank of India, Balamukuli) IFSC Code – UBIN0545236 ମୋବାଇଲ୍ ନମ୍ବର୍ – 8658811657

Leave A Reply

Your email address will not be published.