Masthead

କାର୍ତ୍ତିକରେ ଆକାଶ ଛୁଆଁ ଅବଢା ଦର, ଭକ୍ତ ଅସନ୍ତୋଷ

ପୁରୀ (ବଡ଼ ଖବର ବ୍ୟୁରୋ): ଚାଲିଛି କାର୍ତ୍ତିକ ମାସ । ବଢୁଛି ଅବଢା ଦର । ମାସ ଆରମ୍ଭରୁ ଅବଢା ମୂଲ୍ୟରେ ଅହେତୁକ ବୃଦ୍ଧିକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଉଛି । ସେପଟେ ଆନନ୍ଦ ବଜାରରେ ମଧ୍ୟ ଅଣସେବାୟତଙ୍କ ଅନୁପ୍ରବେଶ ଉପରେ ଲାଗିପାରୁନି ରୋକ । ଯାହାକୁ ନେଇ ଅନେକ ସମୟରେ ଶ୍ରୀକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଳିଛି । ମନଇଚ୍ଛା ବୃଦ୍ଧି ପାଉଛି ଅବଢା ଦର । ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଆନନ୍ଦ ବଜାରରେ ଅଣସୂପକାର ଅନୁପ୍ରବେଶ ଉପରେ ଅଙ୍କୁଶ ଲାଗିବ ବୋଲି ନିଷ୍ପତି ନିଆଯାଇଥିଲା । ହେଲେ ଏଯାଏଁ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ । ଆନନ୍ଦ ବଜାରରେ ଶୃଙ୍ଖଳା ସହ ସୁଆର ଓ ମହାସୁଆର ନିଯୋଗ ଦାବି ହୋଇଆସୁଛି ।

୪ ମାସ ତଳେ ଗଠନ ହୋଇଥିଲା କମିଟି । ସମସ୍ତ ପ୍ରକାର ନିଷ୍ପତି ମଧ୍ୟ ନିଆଯାଇଥିଲା । କିନ୍ତୁ ସବୁ ନିଷ୍ପତି ନିଆଯାଇଥିଲେ ମଧ୍ୟ ଫଳ ଶୂନ । ଏବେ ବି ସୃଷ୍ଟି ହେଉଛି ବିଶୃଙ୍ଖଳାର ପରିସ୍ଥିତି । ହନ୍ତସନ୍ତ ହେଉଛନ୍ତି ଭକ୍ତ । କାରଣ ଉତ୍ତର ଦ୍ୱାର ବାଟେ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଯାହାର ଫାଇଦା ନେଉଛନ୍ତି ଦଲାଲ । ଚଢା ଦରରେ ବିକୁଛନ୍ତି ଅବଢା । ଖାଲି ସେତିକି ନୁହେଁ, ଯେଉଁ ମହାପ୍ରସାଦ ବିକ୍ରି କରାଯାଉଛି ତାହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁଁ । ଅସ୍ୱଚ୍ଛ ଟଙ୍କତୋରାଣୀ ସହ କ୍ଷୀର ଓ ରାବିଡିକୁ ବିକ୍ରି କରିବାକୁ ବାରଣ କରାଯାଇଥିଲେ ମଧ୍ୟ ଏହାକୁ କିଛି ଦଲାଲମାନେ ଭକ୍ତଙ୍କୁ ବିକ୍ରି କରୁଛନ୍ତି । ବିଭିନ୍ନ ସମୟରେ ରୋଷଘର ଦର୍ଶନ ପାଇଁ ନିର୍ଦ୍ଦିଷ୍ଟ ସମୟ ନଥିବାରୁ ଅନେକ ସମୟରେ ଅବଢା ମାରା ମଧ୍ୟ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ