Before Header

ଧନଖଡ଼ଙ୍କ ମିମିକ୍ରିକୁ ନେଇ ବଢିଲା ବିବାଦ, କଲ୍ୟାଣ ବାନାର୍ଜୀଙ୍କ ନାଁରେ ମାମଲା ରୁଜୁ

0 625

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକ ସଭା ଓ ରାଜ୍ୟ ସଭାରେ ମଙ୍ଗଳବାର ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ଆହୁରି ବଢିଛି। ଏମ୍‌ପିଙ୍କ ନିଲମ୍ବନକୁ ବିରୋଧ କରୁଥିବା ବିରୋଧୀ ପ୍ରଦର୍ଶନ ସମୟରେ କରାଯାଇଥିବା ଅନୁକରଣ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ବିଜେପି ରାହୁଲ ଗାନ୍ଧୀ ଏବଂ ଟିଏମସି ଏମପି କଲ୍ୟାଣ ବାନାର୍ଜୀଙ୍କଠାରୁ କ୍ଷମା ମାଗିବାକୁ ଦାବି କରିଛି।

ସେପଟେ ବିରୋଧୀ ଏମପିଙ୍କ ନିଲମ୍ବନ ପରେ ପାର୍ଲାମେଣ୍ଟ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ମିମିକ୍ରିକରିଥିବା ଟିଏମସି ଏମପି କଲ୍ୟାଣ ବାନାର୍ଜୀଙ୍କ ପାଇଁ ସମସ୍ୟା ବଢିପାରେ। ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଷେକ ଗୌତମ ନାମକ ଜଣେ ଓକିଲ ଡିଫେନ୍ସ କଲୋନୀ ପୋଲିସ ଷ୍ଟେଶନରେ ଅଭିଯୋଗ ଆଣିଛନ୍ତି ଯାହାକୁ ପୋଲିସ ଗ୍ରହଣ କରିଛି।ଏହାକୁ ଆଧାର କରି ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଅଭିଷେକ ତାଙ୍କ ଅଭିଯୋଗରେ ଉପରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବା ଏବଂ ତ୍ରୁଣମୂଳ କଂଗ୍ରେସ ଏମପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ତ୍ରୁଣ ମୂଳ କଂଗ୍ରେସ (ଟିଏମସି) ଲୋକ ସଭା ଏମପି କଲ୍ୟାଣ ବାନାର୍ଜୀ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କର ମିମିକ୍ରି କରିଥିଲେ। ଯେଉଁ ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଠିଆ ହୋଇଥିବା ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀ ଏହି ମିମିକ୍ରିର ଏକ ଭିଡିଓ କରୁଥିବା ଦେଖିବାକୁ ମିଳିଛି। ସମସ୍ତ କେନ୍ଦ୍ର ମନ୍ତ୍ରୀ ଏହାକୁ ନିନ୍ଦା କରିବା ସହ ଟୁଇଟରରେ ଏହି ଭିଡିଓ ସେୟାର କରିବାବେଳେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଲେଖିଛନ୍ତି ଯେ ଏହା ଅଶୋଭନୀୟ ଏବଂ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ଭିଡିଓ ପ୍ରସ୍ତୁତ କରିବାବେଳେ ସେ (ରାହୁଲ ଗାନ୍ଧୀ) ଉପଭୋଗ କରୁଥିଲେ। ସେମାନଙ୍କର ଉଦ୍ଦେଶ୍ୟକୁ ଦେଖନ୍ତୁ, ସେମାନେ ଜାଟ ସମ୍ପ୍ରଦାୟ, କୃଷକ, ଓବିସି ସମ୍ପ୍ରଦାୟ ଏବଂ ଉପରାଷ୍ଟ୍ରପତିଙ୍କୁ ଅପମାନିତ କରୁଥିଲେ। ଆମେ ଏହାକୁ ନିନ୍ଦା କରୁଛୁ। ସୋମବାର ୯୨ ବିରୋଧୀ ଏମପି ସଂସଦର ଉଭୟ ଗୃହରୁ ନିଲମ୍ବିତ ହୋଇଥିଲେ। ଏହାକୁ ବିରୋଧ କରି ବିରୋଧୀ ଏମପିମାନେ ମଙ୍ଗଳବାର ପାର୍ଲାମେଣ୍ଟ ପରିସରରେ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.