Masthead

ରାଜନୀତିରେ ନିର୍ବାଚନ ଚିହ୍ନର ଗୁରୁତ୍ୱ

 

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଗଲାଣି ନିର୍ବାଚନୀ ଋତୁ । ଦେଶର ୫ଟି ରାଜ୍ୟରେ ଆରମ୍ଭ ହୋଇଗଲାଣି ମତଦାନ । ମୈଦାନରେ ଦଳ ଗୁଡିକ ନିଜ ନିଜ ଚିହ୍ନକୁ ନେଇ ଓହ୍ଲାଇଛନ୍ତି ।
ଜନତା କେଉଁ ଚିହ୍ନକୁ ଭୋଟ ଦେବେ ତାକୁ ନେଇ କରାଯାଉଛି ଅଙ୍କକଷା । ତେବେ କେବେ ଆପଣ ଜାଣିଛନ୍ତି କି? କେମିତି ମିଳେ ଏହି ଚିହ୍ନ?

୨୦ ଅକ୍ଟୋବରକୁ ସୁପ୍ରିମକୋର୍ଟ ଭାରତ ରାଷ୍ଟ୍ର ସମିତି ଅର୍ଥାତ୍ ବିଆରଏସର ନିର୍ବାଚନୀ ଚିହ୍ନ ରଦ୍ଦ କରିବା ସମ୍ବନ୍ଧୀୟ ଏକ ଯାଚିକା ଖାରଜ କରିଛନ୍ତି । ତେବେ ପ୍ରଶ୍ନ ଥିଲା କେମିତି ମିଳେ ଏହି ଚିହ୍ନ? ଏହି ଚିହ୍ନ ହିଁ ପ୍ରାର୍ଥୀଙ୍କୁ ଚିହ୍ନେଇଥାଏ । ଭାରତରେ ଅଶିକ୍ଷିତ ଭୋଟରମାନଙ୍କୁ ସରଳ ଉପାୟରେ ପ୍ରାର୍ଥୀଙ୍କ ବିଷୟରେ ମନେ ରଖେଇବା ପାଇଁ ଏହି ସିମ୍ବଲକୁ ବ୍ୟବହାର କରାଯାଇଥାଏ । ଏହା କୌଣସି ବି ଚିହ୍ନ ହୋଇଥାଇପାରେ । କିନ୍ତୁ ଏଥିରେ କୌଣସି ଧର୍ମ, ଜାତି ବା ସମାଜକୁ ଆଂଚ ଆସିଲା ପରି ପ୍ରତୀକ ବ୍ୟବହାର କରାଯାଏ ନାହିଁ । ଏହାର ଆଉ ଏକ କାରଣ ହେଉଛି ଯେ, ମଣିଷର ମସ୍ତିଷ୍କ ଭିଜୁଆଲ ମାଧ୍ୟମରେ ୯୦% ସୂଚନାକୁ ଧାରଣ କରିଥାଏ । ଲେଖା ଅପେକ୍ଷା, ସିମ୍ବଲ ମାଧ୍ୟମରେ ଏହା ୪୦% ଅଧିକ କ୍ୟାପଚର କରିଥାଏ । ତେବେ ଏହି ଚିହ୍ନ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ । ପ୍ରଥମେ ଆରକ୍ଷିତ ଚିହ୍ନ ଓ ଦ୍ୱିତୀୟରେ ମୁକ୍ତ ନିର୍ବାଚନ ଚିହ୍ନ ।

ପୂରା ଖବର ଜାଣିବା ପାଇଁ ଦେଖନ୍ତୁ ବଡ଼ ଖବର…

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି