Masthead

କର୍ଣ୍ଣାଟକ ଡିଜିପି ହେଲେ ସିବିଆଇ ନିର୍ଦ୍ଦେଶକ

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): କାଲି କର୍ଣ୍ଣାଟକ ଫଳ ବାହାରିଲା । କର୍ଣ୍ଣାଟକରେ ବିଜେପି ଶାସନର ଅନ୍ତ ଘଟିଛି । ହେଲେ ସେଠାରେ କାର୍ଯ୍ୟରତ କିଛି ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ ଏବେ ମଧ୍ୟ ବିଜେପି ପ୍ରୀତି କମିନି । ଅନ୍ୟ ଅର୍ଥରେ କହିଲେ ବିଜେପି ସେମାନେ ପ୍ରତି ଆନୁଗତ୍ୟ ରହିଛି । ଏଭଳି ବଛାବଛା ଅଫିସରମାନଙ୍କୁ କେନ୍ଦ୍ରରେ ବିଭିନ୍ନ ପଦପଦବୀରେ ବସାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।

କର୍ଣ୍ଣାକଟରେ ଡିଜିପି ଥିବା ପ୍ରବୀଣ ସୁଦଙ୍କୁ ସିବିଆଇ ନିର୍ଦ୍ଦେଶ ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୬ ବ୍ୟାଚର ପ୍ରବୀଣ ୨୦୨୪ରେ ଅବସର ଗ୍ରହଣ କରିଥାନ୍ତେ । ତାଙ୍କୁ ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଚର୍ଚ୍ଚା ହେଉଛି କର୍ଣ୍ଣାଟକରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଛି । ସରକାର ଗଢିବ । ବିରୋଧୀ କଂଗ୍ରେସର ମନ୍ତ୍ରୀ ଓ ବିଧାୟକମାନଙ୍କ ଉପରେ ନଜର ରଖିବା ଓ ସେମାନଙ୍କର ଦୁର୍ନୀତି, କଳାଧନ ଓ ଅପରାଧର ଖୋଳତାଡ କରି ସେମାନଙ୍କର ଅସଲ ମୁଖା ଖୋଲିବା ପାଇଁ ବିଜେପି ଚାହୁଛି ।

ତେଣୁ ପ୍ରବୀଣଙ୍କୁ ବିଜେପି ଅସ୍ତ୍ର କରିଥାଇ ପାରେ । ଅନ୍ୟ ପକ୍ଷରେ ପ୍ରବୀଣ ଜଣେ ଦକ୍ଷ, ବିଶ୍ୱସ୍ଥ ଅଫିସର । ବିଜେପି ଶାସନ କାଳରେ ତାଙ୍କର ଦକ୍ଷତା ମାପିଥିଲେ ସରକାର । ତେଣୁ ଏଭଳି ଜଣେ ଅଫିସରଙ୍କୁ ସିବିଆଇ ଭଳି ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶଭାବେ ଦାୟିତ୍ୱ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ