Masthead

ପିଆଜ ଦର ଆକାଶ ଛୁଆଁ, ୫ ଟଙ୍କାରେ ବିକ୍ରି କରି ୭୦ ଟଙ୍କାରେ କିଣୁଛନ୍ତି ଚାଷୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କନ୍ଦାଉଛି ପିଆଜ । ପିଆଜ ଦର ଆକାଶ ଛୁଆଁ । ସଂରକ୍ଷଣ ଓ ବିପଣନ ବ୍ୟବସ୍ଥା ନାହିଁ । ସଂରକ୍ଷଣ ବ୍ୟବସ୍ତା ନଥିବାରୁ କିଲୋ ପିଛା ୫ ଟଙ୍କାରେ ବିକିଥିଲେ ପିଆଜ । ଆଉ ଏବେ ଅଭାବ ସମୟରେ ୬୦ ରୁ ୭୦ ଟଙ୍କାରେ କିଣି ବାକୁ ପଡ଼ୁଛି । ବଜାରରେ ପିଆଜ ଦର ଆକାଶ ଛୁଆଁ ହେବା ପରେ ପିଆଜ ଚାଷୀଙ୍କ ଦୁଃଖ ବଢିବାରେ ଲାଗିଛି । ବଲାଙ୍ଗିରରେ ପ୍ରଚୁର ପିଆଜ ଚାଷ ହୋଇଥାଏ । ଟିଟିଲାଗଡ଼, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାର ଆଦି ଅଂଚଳରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଚାଷ ହୋଇଥାଏ । ମାତ୍ର ଦୁର୍ଭାଗ୍ୟ ପିଆଜ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର କିମ୍ବା ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ନାହିଁ ।

ଚାଷୀମାନେ ପିଆଜକୁ ଅମଳ ବେଳେ କିଲୋ ପିଛା ୪ ରୁ ୫ ଟଙ୍କାରେ ବିକି୍ର କରିଦେବାକୁ ବାଧ୍ୟ ହେଉଛନ୍ତି । ଉଦ୍ୟାନ କୃଷିବିଭାଗର ସୂଚନା ଅନୁସାରେ ଜିଲ୍ଲାରେ ୩୦୦ ହେକ୍ଟର ଜମିରେ ପିଆଜ ଚାଷ ହେଉଛି । ସେଥିରୁ ୩୦ହଜାର ଟନରୁ ଅଧିକ ପିଆଜ ଉତ୍ପାଦନ ହେଉଛି । ସଂରକ୍ଷଣ ପାଇଁ ନାସିକ ମଡେଲରେ ଟିଟିଲାଗଡ ଅଂଚଳରେ ୪ଟି ପିଆକ ସଂରକ୍ଷଣ ଗୃହ ଖୋଲିଥିଲା । ମୁରିବାହାଲରେ ଥିବା ସଂରକ୍ଷଣ ଗୃହରେ ତାଲା ପଡିଥିବା ବେଳେ ଅନ୍ୟ ୩ଟି କାମ କରୁ ନଥିବା ଜଣାପଡିଛି । ତେଣୁ ବ୍ୟବସାୟୀ ପିଆଜ କିଣି ରାୟପୁରରେ ସଂରକ୍ଷଣ କରୁଛନ୍ତି ଏବଂ ଚଢା ଦରରେ ବିକ୍ରି କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!