Court

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆପଣ କେତେ ଥର ମାଇଁ ଲର୍ଡ କହୁଛନ୍ତି? ‘ମାଇଁ ଲର୍ଡ, କହିବା ବନ୍ଦ କରନ୍ତୁ, ଆପଣଙ୍କୁ ମୋ ଅଧା ଦରମା ଦେବି’ ଏପରି କହିଛନ୍ତି ସୁପି୍ରମକୋର୍ଟର ବିଚାରପତି । ବିଚାର ପ୍ରକ୍ରିୟା ମଧ୍ୟରେ ବାରମ୍ବାର ‘ମାଇଁ ଲର୍ଡ଼ ଏବଂ ୟୋର ଲର୍ଡସିପ୍’ କହିବାରୁ ସୁପ୍ରିମକୋର୍ଟ ବିଚାରପତି ଜଣେ ବରିଷ୍ଠ ଓକିଲଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ ବିଚାରପତି ପିଏସ୍. ନରସିଂହ କହିଛନ୍ତି “ତୁମେ କେତେଥର ‘ମାଇଁ ଲର୍ଡ଼’ କହିବ? ଯଦି ତୁମେ ଏହା କହିବା ବନ୍ଦ କର, ତେବେ ମୁଁ ମୋର ଅଧା ଦରମା ଆପଣଙ୍କୁ ଦେବି।” ଓକିଲମାନେ, ସେମାନଙ୍କ ଯୁକ୍ତି ରଖିବା ସମୟରେ, ବିଚାରପତିମାନଙ୍କୁ “ମାଇଁ ଲର୍ଡ଼ କିମ୍ବା ୟୋର ଲର୍ଡସିପ୍” ଭାବରେ ସମ୍ବୋଧିତ କରନ୍ତି। ଜଷ୍ଟିସ୍ ନରସିଂହ କହିଛନ୍ତି ଯେ ଆପଣ ଏହା ବଦଳରେ କାହିଁକି ‘ସାର୍’ ବ୍ୟବହାର କରୁନାହାଁନ୍ତି ।

Leave a Reply

Your email address will not be published. Required fields are marked *