ବଢ଼ିଲା ରୋଷେଇ ଗ୍ୟାସ ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବଢୁଛି ଖାଉଟିଙ୍କ ଚିନ୍ତା । ତେଲ ଦର ବଢିବା ସହ ଏବେ ରୋଷେଇ ଗ୍ୟାସର ଦାମ ବି ବଢିବାରେ ଲାଗିଛି । ପୁଣି ଖାଉଟିଙ୍କ ଉପରେ ପଡିଛି ମହଙ୍ଗାମାଡ଼ । ପ୍ରତି ଏଲପିଜି ସିଲିଣ୍ଡର ପିଛା ୧୫ଟଙ୍କା ବୃଦ୍ଧି ହୋଇଛି । ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୪ କେଜି ସିଲିଣ୍ଡରର ଦାମ ୮୯୯ ଟଙ୍କା ୫୦ ପଇସାରେ ପହଞ୍ଚିଛି । ପୂର୍ବରୁ ଏହି ଦାମ ୮୮୪ ଟଙ୍କା ୫୦ ପଇସା ଥିଲା । ସେହିପରି କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧୧ରୁ ୯୨୬ ଟଙ୍କାକୁ ବୃଦ୍ଧି ପାଇଛି ।

ଏଥିସହିତ ମୁମ୍ବାଇରେ ଏଲପିଜି ମୂଲ୍ୟ ୮୪୪.୫୦ରୁ ୮୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଏବଂ ଚେନ୍ନାଇରେ ସବସିଡ ନଥିବା ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୯୧୫.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ମଧ୍ୟ ଅକ୍ଟୋବର ୧ ତାରିଖରେ ତୈଳ କମ୍ପାନୀ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୪୩ ଟଙ୍କା ୫ ପଇସା ବଢାଇଥିଲେ । କିନ୍ତୁ ସେତେବେଳେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ବଢିନଥିଲା । ଚଳିତ ବର୍ଷ ଏଲପିଜି ଘରୋଇ ସିଲିଣ୍ଡରରେ ୨୦୫ ଟଙ୍କା ଯାଏଁ ବୃଦ୍ଧି ହୋଇସାରିଲାଣି । ଗତବର୍ଷ ତୁଳନାରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ଦୁଇ ଗୁଣା ବଢିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!